fbpx

ଖେଳିବେନି ଧୋନୀ! ମାହିଙ୍କ ସ୍ଥାନରେ କିଏ ହେବେ ଚେନ୍ନାଇର ଅଧିନାୟକ? ଲିଷ୍ଟରେ ଅଛନ୍ତି ୪ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଚେନ୍ନାଇ ସୁପର କିଙ୍ଗସ ଦମଦାର କମବ୍ୟାକ କରିଛି । ୨୦୨୨ରେ ଖରାପ ପ୍ରଦର୍ଶନ ପରେ ଚଳିତବର୍ଷ ବିଜୟ ଲକ୍ଷ୍ୟରେ ଆଗେଇ ଚାଲିଛି ସିଏସକେ । କିନ୍ତୁ ଦଳ ପାଇଁ ସବୁଠୁ ବଡ ସମସ୍ୟା ପାଲଟିଯାଇଛି ଖେଳାଳିଙ୍କ ଆହତ । ସିଜନ ଆରମ୍ଭରୁ ଜଣକ ପରେ ଜଣେ ଖେଳାଳି ଆହତ ହୋଇ ଡଗ ଆଉଟରେ ବସିତିବାର ଦେଖାଯାଇଛି । ଆଉ ଏହି ଲିଷ୍ଟରେ ବର୍ତ୍ତମାନ ସାମିଲ ହୋଇଛନ୍ତି ନିଜେ ଅଧିନାୟକ ଏମ.ଏସ ଧୋନୀ । ତେବେ ସେ ଦଳରୁ ବାଦ୍ ପଡିଲେ କିଏ ନେବେ ଦଳର ନେତୃତ୍ୱ? ଏ ନେଇ ଏକ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି ।

 

ରାଜସ୍ଥାନ ବିପକ୍ଷ ମ୍ୟାଚରେ ପରେ ଚେନ୍ନାଇ ଅଧିନାୟକ ଏମ.ଏସ ଧୋନୀଙ୍କ ଗୋଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଆଣଣ୍ଠୁରେ ଲାଗିଥିବା ପୁରୁଣା ଆଘାତରେ ଯନ୍ତ୍ରଣା ଅନୁଭବ କରୁଥିଲେ କ୍ୟାପଟେନ କୁଲ ମାହି । ଚେନ୍ନାଇ ସୁପର କିଙ୍ଗସ ତାଙ୍କର ଏକ ଭିଡିଓ ଅପଲୋଡ କରିଥିଲା, ଯେଉଁଥିରେ ଧୋନୀଙ୍କୁ ଚାଲିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଥିଲା । ତେଣୁ ଆସନ୍ତା ମ୍ୟାଚରେ ସେ ଦଳରୁ ବାଦ୍ ପଡିପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ତାଙ୍କ ସ୍ଥାନରେ କିଏ ନେବେ ଚେନ୍ନାଇର ନେତୃତ୍ୱ । ଧୋନୀଙ୍କ ସ୍ଥାନ ନେବା ପାଇଁ ୩ ଜଣ ଖେଳାଳି ଦୌଡରେ ରହିଛନ୍ତି ।

୧- ଅଜିଙ୍କ୍ୟା ରାହାଣେ: ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଚଳିତବର୍ଷ ଡେବ୍ୟୁ କରିଛନ୍ତି ଭାରତର ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟା ରାହାଣେ । ପ୍ରଥମ ବର୍ଷରେ ତାଙ୍କୁ ୨ଟି ସୁଯୋଗ ମିଳିଥିବା ବେଳେ ଉଭୟ ମ୍ୟାଚରେ ସେ ଦମଦାର ଇନିଂସ ଖେଳିଛନ୍ତି । ତେବେ ପୂର୍ବରୁ ସେ ଆଇପିଏଲରେ ରାଜସ୍ଥାନ ଦଳର ଅଧିନାୟକ ରହି ସାରିଛନ୍ତି । ଏହାବ୍ୟତୀତ ଇଣ୍ଡିଆନ କ୍ରିକେଟ ଟିମରେ ମଧ୍ୟ ସେ ଅନେକ ଥର ନେତୃତ୍ୱ ନେଇଛନ୍ତି । ତେଣୁ ତାଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରନ୍ତି ଏମ.ଏସ ଧୋନୀ ।

MI Vs CSK, IPL 2023: Ajinkya Rahane Thanks MS Dhoni, Stephen Fleming For Support

୨- ମୋଇନ ଅଲୀ: ଇଂଲଣ୍ଡ ତଥା ସିଏସକେର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀଙ୍କ ଧୋନୀଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବାର ସୁଯୋଗ ମିଳିପାରେ । ଇଂଲଣ୍ଡ ଦଳର ସେ ଅଧିନାୟକ ପଦରେ ରହି ସାରିଥିବା ବେଳେ ବର୍ତ୍ତମାନ ସେ ଭଲ ଫର୍ମରେ ମଧ୍ୟ ରହିଛନ୍ତି । ତେଣୁ ଧୋନୀ ତାଙ୍କୁ ଏହି ଦାୟିତ୍ୱ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Mens Team | IPLT20

୩- ରବିନ୍ଦ୍ର ଜାଡେଜା: ତେବେ ସିଏସକେର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପୁଣିଥରେ ଦଳର ନେତୃତ୍ୱ ଦିଆଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଗତବର୍ଷ ଜାଡେଜାଙ୍କୁ ଏହି ଦାୟିତ୍ୱ ମିଳିଥିବା ବେଳେ ସେ ଅଧାରୁ ଏହି ଦାୟିତ୍ୱ ଧୋନୀଙ୍କୁ ଫେରାଇ ଦେଇଥିଲେ । ତେଣୁ ଆସନ୍ତା ମ୍ୟାଚରେ ସେ ପୁଣି ଥରେ ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିପାରେ ।

Ravindra Jadeja Will Be Chennai Super Kings' X Factor In IPL 2023, Says Harbhajan Singh

୪- ବେନ ଷ୍ଟୋକ୍ସ: ଇଂଲଣ୍ଡ ଦଳର ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ଅଧିନାୟକ ଭାବରେ ସବୁଠୁ ବଡ ଦାବିଦାର ଦଳରେ ରହିଛନ୍ତି । କିନ୍ତୁ ତାଙ୍କ ଆହତ ସମସ୍ୟାକୁ ଲକ୍ଷ୍ୟ କରି ଆସନ୍ତା ମ୍ୟାଚରେ ତାଙ୍କର ଉପଲବ୍ଧତାକୁ ନେଇ ଆଶଙ୍କା ରହିଛି । ତେବେ ଯଦି ସେ ସୁସ୍ଥ ହୋଇ ଦଳକୁ କମବ୍ୟାକ କରନ୍ତି, ତେବେ ତାଙ୍କୁ ଧୋନୀ ନେତୃତ୍ୱ ହସ୍ତାନ୍ତର କରିପାରନ୍ତି ।

IPL 2023: Ben Stokes bowls but Moeen Ali is star of the show as Chennai Super Kings seal win | PlanetSport

Get real time updates directly on you device, subscribe now.