fbpx
BJD SKY
BJD SKY

(Video) ବୈଶାଖୀ ମେଳାରେ ବଡ଼ ଅଘଟଣ: ଅଚାନକ ଭୁଶୁଡ଼ି ପଡ଼ିଲା ବ୍ରିଜ, ନଦୀକୁ ଖସିପଡ଼ିଲେ ଅନେକ ଲୋକ

BJD

ନୂଆଦିଲ୍ଲୀ: ଅନେକ ସମୟରେ ଝୁଲା ପୋଲା, ରୋପୱେ ଓ ଡଙ୍ଗାରେ ଆବଶ୍ୟକଠାରୁ ଅଧିକ ଲୋକ ଯାତାୟାତ କରିବା ଫଳରେ ବଡ଼ ଦୁର୍ଘଟଣା ଘଟିଥାଏ । ଅନୁରୂପ ଭାବେ ମେଳା ଦେଖିବାକୁ ବହୁସଂଖ୍ୟକ ଲୋକଙ୍କର ସମାଗମ ହେବା ଫଲରେ ଏକ ନଦୀ ବ୍ରିଜ ଭୁଶୁଡ଼ି ପଡ଼ିଛି । ଫଳରେ ଘଟଣାସ୍ଥଳରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ବୈଶାଖୀ ମେଳା ଅବସରରେ ଏହି ଅଘଟଣ ଘଟିଥିଲା । ଚେନାନୀ ଥାନା ଅଞ୍ଚଳର ବେନୀ ସଙ୍ଗମ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଏହି ମେଳା ଦେଖିବା ପାଇଁ ବହୁସଂଖ୍ୟକ ଜନସମାଗମ ହୋଇଥିଲା । ଲୁହାରେ ନିର୍ମିତ ହୋଇଥିବା ଏହି ନଦୀ ବ୍ରିଜ ବହୁତ ପୁରୁଣା ହୋଇଥିବା ବେଳେ ବ୍ରିଜରେ ବେଳକୁ ବେଳ ଲୋକଙ୍କର ଭିଡ଼ ବଢ଼ିବାରେ ଳାଗିଥିଲା ।

ଅତ୍ୟଧିକ ଭାର ସହ୍ୟ କରିନପାରି ବ୍ରିଜଟି ଅଚାନକ ଭାଙ୍ଗି ଯାଇଥିଲା । ଫଳରେ ବହୁଲୋକ ସିଧା ଯାଇ ନଦୀରେ ପଡ଼ିଥିଲେ । ଖବର ମୁତାବକ, ୨୦ରୁ ଅଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ରେସକ୍ୟୁ ଅପରେସନ ଜାରି ରହିଛି । ଓଭର ଲୋଡିଂ କାରଣରୁ ଏହି ଅଘଟଣ ଘଟିଥିବା କୁହାଯାଉଛି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ନଦୀ ବନ୍ଧ ଭାଙ୍ଗିରୁଜି ଯାଇଥିବା ବେଳେ ନଦୀ ମଧ୍ୟରେ ଖସି ପଡ଼ିଥିବା ଲୋକମାନେ ଉଦ୍ଧାର ପାଇଁ ନିବେଦନ କରୁଥିବା ଦେଖାଯାଇଛି । ତେବେ ପୋଲିସ ଓ ଉଦ୍ଧାରକାରୀ ଦଳ ଅପରେସନ ଜାରି ରଖିଛନ୍ତି ।

Get real time updates directly on you device, subscribe now.