fbpx
BJD SKY
BJD SKY

Video: ‘ଆମକୁ ଅପରିଷ୍କାର ଜାଗାରେ ବସିବାକୁ ପଡୁଛି…’, ଦେଖନ୍ତୁ କିପରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ଜାମ୍ମୁର ଏହି କୁନି ଝିଅ!

BJD

ନୂଆଦିଲ୍ଲୀ: ଆଜିର ଦିନରେ ସମସ୍ତ ଲୋକେ ପ୍ରାୟତଃ ସୋସିଆଲ ମିଡିଆ ବିଷୟରେ ଅଳ୍ପ ବହୁତ ଜାଣିଥିବେ । ଏହାର ସଦୁପେଯାଗ ଦ୍ୱାରା ବହୁତ ବଡ଼ କାମ ଖୁବ୍ ସହଜରେ ହୋଇପାରୁଛି। ସୋସିଆଲ ମିଡିଆ ମାଧ୍ୟମରେ ଆଜିକାଲି ନିଜର ବିଭିନ୍ନ ସମସ୍ୟା ବିଷୟରେ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ମାନଙ୍କ ପାଖରେ ନିଜର କଥା ପହଞ୍ଚାଇ ପାରୁଛନ୍ତି । ଅନେକ ସମୟରେ ଏହା ମାଧ୍ୟମରେ ଲୋକମାନଙ୍କର ସମସ୍ୟାର ସମାଧନ ମଧ୍ୟ ହେଉଛି ।

ଏହିଭଳି ଏକ କୁନି ଝିଅ ସୋସିଆଲ ମିଡିଆ ମାଧ୍ୟମରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଛନ୍ତି । ସେ ଏକ ଭିଡିଓ ପୋଷ୍ଟ କରି ସେଥିରେ ନିଜ ସ୍କୁଲ୍‌ରେ ଭଙ୍ଗା ଏବଂ ପୁରୁଣା ଘର ସହିତ ଜଡ଼ିତ ସମସ୍ୟା ସେୟାର କରି କହିଛନ୍ତି, ମୋଦୀ ଜି ଆପଣ ମୋର କଥା ମଧ୍ୟ ଶୁଣି ନିଅନ୍ତୁ । ତେବେ ଭାଇରାଲ ହେଉଥିବା ଏହି ଭିଡିଓ ଜମ୍ମୁ-କାଶ୍ମୀର କାଠୁଆର ଲୋହିଆ ମହ୍ଲାର ଗାଁର ସୀରତା ନାଜ କହୁଛନ୍ତି ଯେ, ଦେଖନ୍ତୁ ମୋଦୀ ଜୀ, ଆମକୁ କିପରି ଅପରିଷ୍କାର ଜାଗାରେ ବସି ପଢିବାକୁ ପଡୁଛି ।

ଏହି ଭିଡିଓରେ କୁନି ଝିଅଟି ପ୍ରଥମେ ପ୍ରଧାନମନ୍ତ୍ରୀଙ୍କର ଭଲ ମନ୍ଦ ବିଷୟରେ ପଚାରୁଛି ଏବଂ ପରେ ନିଜର ନାଁ କହୁଛି । ସୀରତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜୀ, ମୋତେ ତୁମକୁ ଗୋଟିଏ କଥା କହିବାକୁ ପଡିବ । ମୁଁ ଜାମ୍ମୁରେ ଥିବା ଏକ ସରକାରୀ ବିଦ୍ୟାଳୟରେ ପଢୁଛି, ଯାହାର ଅବସ୍ଥା ବହୁତ ଖରାପ ଅଟେ । ଏହା ପରେ ସେ କ୍ୟାମେରା ବୁଲାଇ ନିଜ ସ୍କୁଲ ଦେଖାଇଛନ୍ତି । ସେ କହିଛନ୍ତି ଏହା ହେଉଛି ମୁଖ୍ୟ କୋଠରୀ ଏବଂ ଷ୍ଟାଫ୍ ରୁମ୍ ଏବଂ ଏହି ଚଟାଣ କେତେ ମଇଳା ଏବଂ ଖରାପ ତାହା ଦେଖନ୍ତୁ । ଆମକୁ ଏଠାରେ ବସାଇ ପାଠ ପଢାଯାଉଛି ।

ଏହା ପରେ, ସେ କ୍ୟାମେରା ବୁଲାଇ ବିଦ୍ୟାଳୟର ବଡ କୋଠା ଦେଖାଇଥିଲେ। ଯେତେବେଳେ ସେ କ୍ୟାମେରା ବୁଲାଇଥିଲେ, ଦେଖାଯାଏ ଯେ ବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅଟେ।ସିରାତ ଆହୁରି କହିଛନ୍ତି। ଦେଖନ୍ତୁ ଗତ ୫ ବର୍ଷ ଧରି ଏଠାରେ କୋଠାଟି କେତେ ଅପରିଷ୍କାର ହୋଇ ପଡିଛି। ଏହା ପରେ ସେ ଏକ ମଇଳା ଚଟାଣ ଦେଖାନ୍ତି ଏବଂ କୁହନ୍ତି – ଆମେ ଏହା ଉପରେ ବସି ଅଧ୍ୟୟନ କରୁଛୁ, ଯାହାଦ୍ୱାରା ଆମର ଡ୍ରେସ ମଇଳା ହୋଇଯାଉଛି ଏବଂ ଆମର ୟୁନିଫର୍ମ ମଇଲା ହେଲେ ମା’ ମାଡ ମାରୁଛନ୍ତି।

Get real time updates directly on you device, subscribe now.