fbpx

ଓଡିଶା ରଣଜୀ ଦଳର କୋଚ ଦାୟିତ୍ୱରେ ଦିନେଶ ମୋଙ୍ଗିଆ: ଖୁବଶୀଘ୍ର ଧରିବେ ମଙ୍ଗ

ଭୁବନେଶ୍ୱର: ଓଡିଶା ରଣଜୀ ଟିମ ପାଇଁ ଆରମ୍ଭ ହେବାକୁ ଯାଉଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଦଳରେ ବର୍ତ୍ତମାନ ଜଣେ ଭେଟେରାନ ଖେଳାଳି ମୁଖ୍ୟ ଦାୟିତ୍ୱ ନେଇଥିବା ବେଳେ ଟିମ୍ ତାଙ୍କ ପାଖରୁ ଖୁବ କିଛି ସଫଳତା ଆଶା କରାଯାଇଛି । ଓଡିଶା ରଣଜୀ ଦଳରେ ନୂଆ କୋଚ ଭାବରେ ଭାରତର ପୂର୍ବତନ ଲୋକପ୍ରିୟ କ୍ରିକେଟର ଦିନେଶ ମୋଙ୍ଗିଆଙ୍କୁ ନିଯୁକ୍ତ କରାଯାଇଛି । ଆନ୍ତା ୨୧ ତାରିଖରେ ଦିନେଶ ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର କୋଚ ଭାବରେ ଦାୟିତ୍ୱ ଗ୍ରହଣ କରିବେ ।

Interview with Dinesh Mongia ( Former Indian Cricketer) - YouTube

ଭାରତର ଏହି ପୂର୍ବତନ ଷ୍ଟାର ଅଲରାଉଣ୍ଡର ୧୯୭୭ ମସିହା ଏପ୍ରିଲ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତେବେ ତାଙ୍କର ଦମଦାର ବ୍ୟାଟିଂ ସହି ଶାଣିତ ବୋଲିଂ ଯୋଗୁଁ ଦେଶର ପ୍ରମୁଖ ଅଲରାଉଣ୍ଡର ଭିତରୁ ଜଣେ ବୋଲି ଗଣନା କରାଯାଉଥିଲା । ଭାରତ ପାଇଁ ମୋଟ ୭୫ଟି ଦିନିକିଆ ଖେଳି ୪ଟି ଅର୍ଦ୍ଧଶତକ ଓ ଗେଟିଏ ଶତକ ସହ ଏବଂ ଦିନେଶ ୧୨୩୦ ରନ୍ କରିଛନ୍ତି । ତେବେ ଦିନେଶଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର ରହିଛି ୧୫୯(ଅପରାଜିତ) । ଏହାବ୍ୟତୀତ ଗୋଟିଏ ଟି-୨୦ ଦଳରେ ମଧ୍ୟ ସାମିଲ ହୋଇଥିଲେ ଭେଟେରାନ ଖେଳାଳି ଦିନେଶ ମୋଙ୍ଗିଆ । ତେବେ ଓଡିଶା ରଣଜୀ ଟିମର କୋଚ ବଦଳିବା ପରେ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ ବୋଲି ଆଶା କରାଯାଇଛି ।

Get real time updates directly on you device, subscribe now.