fbpx
BJD SKY
BJD SKY

(Video) ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲା କୁକୁର: ଥାନାରେ ଦାୟର ହେଲା ମାମଲା

BJD

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଅଜବ ଘଟଣା ଘଟିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ସାଧାରଣ ଭାବେ କିଛି ଭୁଲ ବା ଅପରାଧ କାରଣରୁ ଜଣେ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମାମଲା ଦାୟର କରାଯାଇଥାଏ । ତେବେ ଆପଣମାନେ କେବେ କୌଣସି କୁକୁର ନାମରେ ଏଫଆଇଆର ଦାୟର ହୋଇଥିବାର ଖବର ଶୁଣିଛନ୍ତି କି?

ସୂଚନା ମୁତାବକ, ଆନ୍ଧପ୍ରଦେଶରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୋଟିଏ କୁକୁର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପୋଷ୍ଟର ଫାଡ଼ୁଥିବା ଦେଖାଯାଉଛି । ତେବେ ଏହି ପୋଷ୍ଟର ଚିରିବା ଭୁଲ ପାଇଁ କୁକୁରଟିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । କୁକୁର ବିରୋଧରେ ଥାନାରେ ଏଫଆଇଆର ଦାୟର କରାଯାଇଛି ।

ଏହି ଘଟଣାଟି ବିଜୟୱାଡ଼ାରେ ଘଟିଥିଲା । ଏହି ଘଟଣାକୁ ନେଇ ବିରୋଧୀ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପକ୍ଷରୁ କୁକୁର ବିରୋଧରେ ମାମଲା ଦାୟର କରାଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରିଥିବା କୁକୁର ଓ ଏହା ପଛରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଟିଡିପିର ଜଣେ ମହିଳା ନେତ୍ରୀ ଏହି ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.