fbpx

ବିଡିଓଙ୍କୁ ମାଡ଼ ଘଟଣା: BJP ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଡିଓଙ୍କୁ ମାଡ଼ ଘଟଣାରେ ପୋଲିସ ନେଇଛି ବଡ଼ ଆକ୍ସନ । ଏହି ମାମଲାରେ ଦେବଗଡର ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ କରାଯାଇଛି ଗିରଫ । ଭୁବନେଶ୍ୱର କ୍ୱାର୍ଟର୍ସରୁ ବିଧାୟକଙ୍କୁ ଗିରଫ କରିଛି ଦେବଗଡ଼ ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ବିଧାୟକଙ୍କ ସମେତ ଅନ୍ୟ ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ଉପରେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ଥିଲା । କାଲି ଛେପିଲିପାଲି ପଞ୍ଚାୟତ ଭାଲିଆଗୁଡ଼ିରେ ବିଡ଼ିଓଙ୍କୁ ଆକ୍ରମଣ ହୋଇଥିଲା । ବିଧାୟକଙ୍କୁ ଗିରଫ ନେଇ ଦେବଗଡ଼ ଏସଡିପିଓ ସୂଚନା ଦେଇଛନ୍ତି ।

ତେବେ ବିଧାୟକଙ୍କ ଆକ୍ରମଣରେ ଆହତ ହୋଇଥିଲେ ବିଡିଓ । ବିଧାୟକ ଓ କର୍ମୀ ବିଡିଓଙ୍କୁ ମାଡ଼ ମାରିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି । ଆହତ ବିଡିଓଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ବିଡିଓଙ୍କ ସହକର୍ମୀ । ଛେପଲପାଲି ପଞ୍ଚାୟତର ଭାଲିଆଗୁଡ଼ି ଗାଁରେ ତଦନ୍ତବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଏନେଇ ଥାନାରେ ମଧ୍ୟ ଏତଲା ଦେଇଛନ୍ତି ବିଡିଓ । ତହସିଲଦାରଙ୍କ ଉପସ୍ଥିତିରେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ଦ୍ୱାରା ଏଭଳି ଆକ୍ରମଣ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି ବିଡିଓ । ଏହା ସହ ବିଡିଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.