fbpx

(Video) ବିଜେପି ବିଧାୟକଙ୍କୁ ଚାପୁଡା ସାଙ୍ଗକୁ ବିଧା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ବିଧାୟକଙ୍କୁ ଠୋ ଠୋ ଚାପୁଡା ସାଙ୍ଗକୁ ବିଧା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ମୀପୁର ଖେରୀରୁ । ସହରୀ ସମବାୟ ବ୍ୟାଙ୍କ ପରିଚାଳନା କମିଟି ନିର୍ବାଚନକୁ ନେଇ ବିବାଦ ଦେଖାଯାଉଥିବା ବେଳେ ବିଧାୟକଙ୍କ ଉପରକୁ ଆକ୍ରମଣର ହୋଇଥିବା ଜଣାପଡିଛି । ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ବୁଧବାର ବାର ଆସୋସିଏସନ ସଭାପତି ଅବଧେଶ ସିଂ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଯୋଗେଶ ବର୍ମାଙ୍କୁ ଚାପୁଡ଼ା ମାରିଛନ୍ତି । ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅବଧେଶଙ୍କୁ ଚାପୁଡ଼ା ମାରିବା ପରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ ତାଙ୍କୁ ମାରିଥିଲେ। ଏହି ସମୟ ମଧ୍ୟରେ ପୋଲିସ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲା ।

ବିଜେପିର ଲକ୍ଷ୍ମୀପୁର ୟୁନିଟ୍ ଜିଲ୍ଲା ସଭାପତି ସୁନୀଲ ସିଂ ଏବଂ ଯୋଗେଶ ବର୍ମାଙ୍କ ଚିଠି ଭାଇରାଲ ହେଉଥିବା ବେଳେ ଏହି ବିବାଦ ସାମ୍ନାକୁ ଆସିଛି । ଏଥିରେ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି, କିନ୍ତୁ ନିର୍ବାଚନ ସ୍ଥଗିତ ରହିବ ନାହିଁ ବୋଲି ଏଡିଏମ ସଞ୍ଜୟ ସିଂ ସ୍ପଷ୍ଟ କରିଛନ୍ତି । ଏହାରି ଭିତରେ ବିଧାୟକଙ୍କୁ ବିଧା ଚାପୁଡାର ଭିଡିଓ ସାମ୍ନାକୁ ଆସିଛି । ଏହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.