fbpx

ବାଲି ଚୋରାଚାଲଣ ପ୍ରସଙ୍ଗ:ମିଶିକି କାମ କରିଲେ ଚୋରି ରୋକିବେ କିପରି?

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତ ଷଢ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ପ୍ରେସ ମିଟରେ ସେ ବାଲି ଚୋରାଚାଲଣକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ସାଂସଦ ଅଭିଯୋଗ ଆଣିଛନ୍ତି ବାଲି ଚୋରା ଚାଲଣରେ ଜୟଦେବ ବିଧାନସଭା କ୍ଷେତ୍ରର ଦୁଇଟି ବାଲିଅନ୍ତା ଏବଂ ବାଲିପାଟଣା ବ୍ଲକ ରହିଛି । ବାଲିଅନ୍ତାର କୁଆଖାଇ ଏବଂ କୁଷଭଦ୍ରା ନଦୀ ଅଛି । ତେବେ ଏହି ନଦୀ କୂଳରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ ।

ଏଥିପାଇଁ ଅପରାଜିତା ଦୁଇ ଦୁଇ ଥର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହା ପ୍ରତି ଦୃଷ୍ଟି ଦେଉ ନାହାନ୍ତି ରାଜ୍ୟ ପ୍ରଶାସନ । ଏଥିପାଇଁ କେବଳ ଲିଜ ଦିଆଯାଇଛି କିନ୍ତୁ ଏହାକୁ ଖାତିର ନକରି ବାଲି ଚୋରାଚାଲଣ କରାଯାଉଛି । ହଜାର ହଜାର ଟନ ବାଲି ଚୋରାଚାଲଣ ହେଉଛି । ଏଥିପାଇଁ ବାଲିଅନ୍ତା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ଏହାକୁ ନେଇ ସ୍ଥାନୀୟ ଲୋକ ମାନେ ବହୁଥର ସାଂସଦଙ୍କ ପାଖକୁ ମଧ୍ୟ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ରେ ଅପରାଜିତା ୫ ଜୁନ ୨୦୨୨ ଏବଂ୧୧ ଜୁଲାଇ ୨୦୨୨ ରାଜ୍ୟ ପ୍ରଶାସନ ଙ୍କୁ ଲିଖତି ଅଭିଯୋଗ କରିଥିଲେ । ଏହାକୁ ନେଇ ଉଭୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ଚୁପ ହୋଇ ବସିଛି । ବାରମ୍ବାର ଅଭିଯୋଗ ଶୁଣିବା ପରେ ମଧ୍ୟ ପଙ୍ଗୁ ହୋଇ ବସିଛନ୍ତି ରାଜ୍ୟ ସରକାର ।

ତେବେ ଲିଜ ଲଗାଯାଇଥିଲେ କେଉଁ ସବୁ ସର୍ତ୍ତକୁ ପାଳକରାଯିବା ଆବଶ୍ୟକ ଜାଣନ୍ତୁ
ସେସିବି ଲାଗିବ ନାହିଁ, କୌଣସି ମେସିନର ପ୍ରୟୋଗ ହୋଇ ପାରି ନାହିଁ ।
ନଦୀ କୂଳର ୫୦୦ କିମି ଭିତରେ ଖନନ ହୋଇ ପାରିବ ସେଥିଲାଗି ଜିଲ୍ଳା ପ୍ରଶାସନକୁ ମାପ କରି ପିଲ୍ଲର ନିର୍ମାଣ କରିବାକୁ ପଡିବ ।
ସୂର୍ଯ୍ୟାନ୍ତପରେ ସନ୍ଧ୍ୟାପରେ ଖନନ ହୋଇ ପାରିବ ନାହିଁ ।
କୌଣସି ପ୍ରକାରର ସକ୍ସନ ହୋଇପାରିବ ନାହିଁ ।
ସ୍ଥାନ ଚିହ୍ନଟ କରାଯାଇ ବାଲି ଉଠା ଯାଇପାରିବ ।

ସାଂସଦଙ୍କ କହିବା ଅନୁସାରେ ଲିଜର କୌଣସି ସର୍ତ୍ତକୁ ପାଳନ କରାଯାଉ ନାହିଁ । ବରଂ ଏହାକୁ ଅବମାନନା କରି ଲଗାତାର ଭାବେ ଚାଲଣ ଚାଲିଛି । ତେବେ ଏହାର ପ୍ରମାଣ ମଧ୍ୟ ଅପରାଜିତା ଗଣମାଧ୍ୟମ ଆଗରେ ଦେଇଛନ୍ତି । ଏହା ସହିତ ଏହି ଘଟଣା ରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କହିଛନ୍ତିି । ସେ ଏହି ଘଟଣା ରେ ଜଣେ ରାଜନେତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଅପରାଜିତା କହିଛନ୍ତି ଶାସକଦଳର ଜଣେ ଅତ୍ୟନ୍ତ ପ୍ରଭାବ ଶାଳୀ ନେତା ଲିଜ ନେଇଥିବା ବ୍ୟକ୍ତିଙ୍କ ମଧ୍ୟ ରେ ଭଲସମ୍ପର୍କ ରହିଛି । ସେଥିପାଇଁ ଆଜି ବେଖାତିର ଭାବେ ଏହି ବାଲି ଚୋରାଚାଲଣ ଚାଲିଛି । ଆଉ ଅପରାଜିତା ଏହା ମଧ୍ୟ କହିଛନ୍ତି ଯଦି ଏହି ଭଳି ବାଲି ଚୋରାଚାଲଣ ଚାଲିଲା ତେବେ ଖୁବଶୀଘ୍ର ଏହି ନଦୀ ଉପରେ ଥିବା ବ୍ରିଜ ମଧ୍ୟ ଭାଙ୍ଗି ଯିବ । ତେଣୁ ସେ ଉଭୟ ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନଙ୍କୁ ଏଥି ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ଏହି ଚୋରାଚାଲଣକୁ ରୋକିବାକୁ ସେ ନିବେଦନ କରିଛନ୍ତି ।
ଏହା ସହିତ ଖୋର୍ଦ୍ଧାରେ ମୋଟ ୭୫ ଟି ଅମୃତସରୋବୋର ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଦିଆଯାଇଥିବା ଆଦେଶକୁ ଭୁବନେଶ୍ୱର ସାସଂଦ ଅପରାଜିତା ଷଢ଼ଙ୍ଗୀ ନିଜେ ପରିଦର୍ଶନ କରିବା ସହିତ ଏହାର ନିର୍ମାଣ କାର୍ଯ୍ୟ କୁ ଯଥା ଶୀଘ୍ର ସମାପ୍ତି କରିବାକୁ କହିଛନ୍ତି । ବାଲି

Get real time updates directly on you device, subscribe now.