fbpx

ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ, ନିର୍ବାଚନକୁ ନେଇ ଚାଲିଛି ରଣନୀତି

ନୂଆଦିଲ୍ଲୀ: ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏନଡିଏମସି କନଭେନସନ ସେଣ୍ଟରରେ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ୨୦୨୨ରେ ୫ ରାଜ୍ୟରେ ବେହାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହେବ । ଏଥିରେ ନିକଟରେ ଶେଷ ହୋଇଥିବା ଉପନିର୍ବାଚନ ଫଳାଫଳାର ସମୀକ୍ଷା କରିବ ଦଳ । ବିଭିନ୍ନ ରାଜ୍ୟରେ ସଙ୍ଗଠନ ସୁଦୃଢ଼ କରିବା ଉପରେ ମଧ୍ୟ ବିଚାରବିମର୍ଶ କରାଯିବ ।

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦଳର କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ନେତା ସାମିଲ ଅଛନ୍ତି । ଏହା ବ୍ୟତୀତ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମତେ ୧୨୪ ବରିଷ୍ଟ ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ଉଭୟ ଫିଜିକାଲ ଓ ଭର୍ଚୁଆଲ ଫର୍ମାଟରେ ବୈଠକ ଚାଲିଛି । କିଛି ନେତା ଦିଲ୍ଲୀରେ ଥିବା ବେଳେ ଆଉ କିଛି ନେତା ଭିସି ଯୋଗେ ବୈଠକରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.