fbpx

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଏହା ମଧ୍ୟରେ ଶ୍ରୀ ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଦଳୀୟ କର୍ମୀମାନେ ତାଙ୍କୁ ବିଶାଳ ଜନସମାରୋହ ମଧ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଛନ୍ତି । ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବେ । ନଡାଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜନୈତିକ ମହଲ ଚଳଚଞ୍ଚଳ ହୋଇ ଉଠିଛି ।

ଶ୍ରୀ ନଡ୍ଡା ଆଜି ରାଜଧାନୀ ସ୍ଥିତ ଜନତା ମଇଦାନରେ କର୍ମୀଙ୍କୁ ସମ୍ବୋଧିତ କରିବେ । ଆସନ୍ତା ନିର୍ବାଚନରେ ଦଳ କ’ଣ ସବୁ ରଣନୀତି ଆପଣାଇବ ସେନେଇ ସେ ପଞ୍ଚାୟତ ସ୍ତରର ମୁଖ୍ୟ କର୍ମକର୍ତ୍ତାଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ବିଜେପି ପ୍ରଭାରୀ ସୁନିଲ ବଂଶଲ ଆସିଥିଲେ । ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା ଉପରେ ସ୍ୱତନ୍ତ୍ର ଭାବେ ଫୋକସ କରୁଛି ବିଜେପି ।

ଅନ୍ୟପକ୍ଷରେ ବିଜେପିର ଏହି ରଣନୀତିର ଜବାବ ଦେବାକୁ ଶାସକ ବିଜେଡି ମଧ୍ୟ ସ୍ୱତନ୍ତ୍ର ପ୍ଲାନିଂ କରୁଛି । ଆଜିଠାରୁ ବରମୁଣ୍ଡାଠାରେ ଦଳର ଦୁଇ ଦିନିଆ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଏହାପରେ ଅକ୍ଟୋବର ୨ ତାରିଖଠାରୁ ବିଜେଡି ତା’ର ପଦଯାତ୍ରା ଆରମ୍ଭ କରିବ । ପୂର୍ବରୁ ଶାହଙ୍କ ଗସ୍ତ ଅବସରରେ ବିଜେପି-ବିଜେଡି ମଧ୍ୟରେ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ନଡ୍ଡାଙ୍କ ଗସ୍ତ ଅବସରରେ ମଧ୍ୟ ବିଜେଡି ପଛରେ ପଡ଼ିନାହିଁ । ଏହି ଶକ୍ତି ପ୍ରଦର୍ଶନକୁ ନେଇ ଦୁଇ ଦଳ ପରସ୍ପର ଉପରେ ଦୋଷାରୋପ ମଧ୍ୟ କରୁଥିବାର ଦେଖାଯାଉଛି ।

Get real time updates directly on you device, subscribe now.