fbpx

ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ସମୀର

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ସମୀର ମହାନ୍ତି ଆଜି ରାଜ୍ୟ ବିଜେପି ସଭାପତି ହୋଇଛନ୍ତି । ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସମୀର ମହାନ୍ତି । ସହମତି ଭିତ୍ତିରେ ସମୀର ହୋଇଛନ୍ତି ରାଜ୍ୟ ବିଜେପି ସଭାପତି । ଓଡ଼ିଶା ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନାମାଙ୍କନର ନିର୍ଦ୍ଧାରିତ ସମୟରେ କେବଳ ସମୀରଙ୍କ ନାଁ ପ୍ରସ୍ତାବିତ ହୋଇଥିଲା । ଏବେ ଆଉ ନିର୍ବାଚନ ପ୍ରକ୍ରିୟାର ଆବଶ୍ୟକତା ନାହିଁ । ଆସନ୍ତାକାଲି ସକାଳ ୧୦ଟାରୁ ଆଗାମୀ ପ୍ରକ୍ରିୟା ଆରମ୍ଭ ହେବ ।୨୦୧୬ରୁ ରାଜ୍ୟ ବିଜେପି ଉପସଭାପତି ଥିଲେ ସମୀର ମହାନ୍ତି । ଆସନ୍ତାକାଲି ସେ ସଭାପତି ଦାୟିତ୍ୱ ଗ୍ରହଣ କରିବା ନେଇ ସୂଚନା ରହିଛି । ଏବିଭିପିରୁ ଛାତ୍ର ରାଜନୀତିରେ ଲଢ଼ି ବିଜେପିରେ ମିଶିଥିଲେ ସମୀର ମହାନ୍ତି । ୨୦୦୯ରେ ଭୁବନେଶ୍ୱର ଏକାମ୍ର ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ।

Get real time updates directly on you device, subscribe now.