fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ, ସିସିଟିଭି କ୍ୟାମେରା ଓ ସୁରକ୍ଷା ବାରିକେଡ୍ ଭାଙ୍ଗିଲା: ସିସୋଦିଆ କହିଲେ ବିଜେପି ଗୁଣ୍ଡାମାନେ କରିଛନ୍ତି ଏହି କାରନାମା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ବାସଭବନ ଉପରେ କିଛି ବିଜେପି କର୍ମୀ ଆଜି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କର ବାସଭବନରେ ଲାଗିଥିବା ସିସିଟିଭି କ୍ୟାମେରା ଓ ସୁରକ୍ଷା ପାଇଁ ରହିଥିବା ବାରିକେଡ୍ ଭାଙ୍ଗିଯାଇଛି । ଏଥିସହିତ ଗେଟ୍ ଆଗରେ ଲାଗିଥିବା ବୁଗ୍ ବ୍ୟାରିୟରକୁ ମଧ୍ୟ ନଷ୍ଟ କରିଦିଆଯାଇଛି ।

ଏହି ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଏହି କାରନାମା ବିଜେପି ଗୁଣ୍ଡାମାନେ ଭିଆଇଛନ୍ତି । ବିଜେପିର ପୋଲିସ ଦୁର୍ବୃତ୍ତମାନଙ୍କୁ ରୋକିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ସାଙ୍ଗରେ ନେଇ କରି ଆସିଥିଲା ।

ତେବେ ପୋଲିସ ମୁତାବକ, ଆଜି ସକାଳ ୧୧.୩୦ ସମୟରେ ପାଖାପାଖି ୧୫୦ରୁ ୨୦୦ ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ‘ଦ କଶ୍ମୀର ଫାଇଲ୍ସ’କୁ ନେଇ କେଜ୍ରି ବିଧାନସଭାରେ ଦେଇଥିବା ବୟାନକୁ ବିରୋଧ କରି ଏହି ଧାରଣା ଦିଆଯାଇଥିଲା । ଦ୍ୱିପ୍ରହର ୧ଟା ସମୟରେ ଧାରଣାକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ବ୍ୟାରିକେଡ୍ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ୭୦ ଜଣଙ୍କୁ ଅଟକ ରଖାଯାଇଛି ।

Get real time updates directly on you device, subscribe now.