fbpx

ବ୍ରଜରାଜନଗର ବିଜେଡିକୁ କଡ଼ା ଟକ୍କର ଦେବ ବିଜେପି, ପ୍ରଚାର ମଇଦାନକୁ ଓହ୍ଲାଇବେ ତିନି କେନ୍ଦ୍ରମନ୍ତ୍ରୀ

Advertisement

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ବିଜେପି । ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁଙ୍କ ପରି ତାରକା ପ୍ରଚାରକ ପ୍ରଚାର ମଇଦାନକୁ ଓଲ୍ଲାଇବେ ବୋଲି ସୂଚନା ମିଳିଛି । ତେବେ ଆବଶ୍ୟକ ପଡ଼ିଲେ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।

ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେପି ପକ୍ଷରୁ ପୁଣି ଥରେ ରାଧାରାଣୀ ପଣ୍ଡାଙ୍କ ଉପରେ ଭରଷା କରିଛି । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ପଞ୍ଚାୟତ ଏବଂ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବ୍ରଜରାଜନଗର ଉପ-ନିର୍ବାଚନରେ ସମସ୍ତ ଶକ୍ତି ଖଟାଇ ଦଳ ବିଜୟ ପାଇଁ ଆଶା ରଖିଛି ।

ତେବେ ପଞ୍ଚାୟତ ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପରେ ପୌର ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଆଦି ତାରକା ପ୍ରଚାରକ ଦଳର ପ୍ରଚାର ନେତୃତ୍ୱ ନେବେ ବୋଲି କୁହାଯାଉଥିଲେ ମଧ୍ୟ ସେପରି କିଛି ହୋଇ ନଥିଲା । ପଞ୍ଚାୟତ ନିର୍ବାଚନ ପରି ଦଳ ପୌର ନିର୍ବାଚନରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ।

Get real time updates directly on you device, subscribe now.