fbpx

ପିସିସି ସଭାପତିକୁ ନେଇ ହୋଇନାହିଁ କୌଣସି ନିଷ୍ପତ୍ତି, ନିଜର ପ୍ରଚାର କରି କିଛି ଲୋକ ଖୁସି ହେଉଛନ୍ତି- ଶରତ ରାଉତ

Advertisement

ଭୁବନେଶ୍ୱର: କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ରାଜସ୍ଥାନରେ ହେବ ମାନଗ୍ଦ ମନ୍ଥନ । ଓଡ଼ିଶା କଂଗ୍ରେସରେ ଦଳର ମୁଖିଆ ପଦବୀକୁ ନେଇ ଲାଗି ରହିଥିବା ବିଭିିନ୍ନ ଆକଳନ ମଧ୍ୟରେ ରାହୁଲ ଗାନ୍ଧୀ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ଆଲୋଚନା କରିଛନ୍ତି। ନିରଞ୍ଜନ ପଟ୍ଟନାୟକ ଏବଂ ନରସିଂହ ପିଶ୍ରଙ୍କ ସହ ଏକୁଟିଆ ଆଲୋଚନା କରିବା ସହ ସମସ୍ତଙ୍କର କଥା ଶୁଣିଛନ୍ତି। ଦିଲ୍ଲୀରେ କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ମାନସ ମନ୍ତନ ହୋଇଛି ବୋଲି କହିଛନ୍ତି ଏଆଇସିସି ସେକ୍ରେଟାରୀ ଶରତ ରାଉତ ।

ଏହା ସହିତ ସେ ସୂଚନା ଦେଇଛନ୍ତି ଯେ ରାଜସ୍ଥାନର ଜୋଧପୁରଠାରେ କଂଗ୍ରେସର ଚିନ୍ତନ ବୈଠକ ଅନୁଷ୍ଠିତ ହେବ। ଏଥିରେ ଦେଶର ୪୦୦ ପଦାଧିକାରୀ ଯୋଗଦେବେ। ଏଥିରେ ପ୍ରତ୍ୟେକ ରାଜ୍ୟର ପିସିସି ସଭାପତି ,ବିଧାୟକ ଦଳ ନେତା , ଏଆଇସିସି ମେମ୍ବର ଓ ସାଂସଦମାନେ ଯୋଗ ଦେବେ। ଓଡ଼ିଶାରୁ ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ସାଂସଦ ସପ୍ତଗିରି ଉଲକା , ଭକ୍ତ ଚରଣ ଦାସ ଓ ଶରତ ରାଉତ ଯୋଗ ଦେବେ।

ଦଳ ଏପରି ଜଣକୁ କମାଣ୍ଡ ଦେବା ଆବଶ୍ୟକ ଯିଏ କି ୨୦୨୪ ନିର୍ବାଚନରେ ବିଜେଡି ଓ ବିଜେପି ସହ ଲଢେ଼ଇ କରି ପାରୁଥିବ । ତେବେ ପିସିସି ସଭାପତିକୁ ନେଇ ଯେଉଁ ତାଲିକା ବୁଲୁଛି ତାର କିଛି ମୁଲ୍ୟ ନାହିଁ। କିଛି ଲୋକ ନିଜର ପ୍ରଚାର କରି ଖୁସି ହେଉଛନ୍ତି। ଦିଲ୍ଲୀରେ ସେ ତାଲିକାକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଶରତ ରାଉତ କହିଛନ୍ତି ।

Get real time updates directly on you device, subscribe now.