fbpx

୮ ରାଜ୍ୟର ୯ଟି ରାଜ୍ୟସଭା ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଜାଣନ୍ତୁ କାହାକୁ କେଉଁଠାରୁ ମିଳିଲା ଟିକେଟ

ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ତାଲିକା ଜାରି କରିଛି। ବିଜେପି ୮ଟି ରାଜ୍ୟର ୯ ରାଜ୍ୟସଭା ଆସନ ପାଇଁ ସୂଚୀ ଜାରି କରିଛି। କିରଣ ଚୌଧରୀ ହରିୟାଣାରୁ ଥିବା ବେଳେ ରବନୀତ ବିଟ୍ଟୁଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି।

୯ଟି ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ୩ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ଏହି କାର୍ଯ୍ୟକ୍ରମର ମଧ୍ୟ ଘୋଷଣା କରଛନ୍ତି। ଏହାପରେ ବିଜେପି ପ୍ରାର୍ଥୀତାଲିକା ଘୋଷଣା କରିଛି। ଭାରତୀୟ ଜନତା ପାର୍ଟି ଏକ ପ୍ରେସ ରିଲିଜ ଜାରି କରି କହିଛି ଯେ, ଭାରତୀୟ ଜନତା ପାର୍ଟୀର କ୍ରେନ୍ଦ୍ରୀୟ ନିର୍ବାଚନ ସମିତି ଭିନ୍ନ-ଭିନ୍ନ ରାଜ୍ୟରେ ହେବାକୁ ଥିବା ଆଗାମୀ ରାଜ୍ୟସଭାର ଉପନିର୍ବାଚନ ପାଇଁ କିଛି ନାମ ଉପରେ ସ୍ୱୀକୃତି ପ୍ରଦାନ କରିଛନ୍ତି।

ଆସାମରୁ ଶ୍ରୀ ମିଶନ ରଞ୍ଜନ ଦାସ ଏବଂ ଶ୍ରୀ ରାମେଶ୍ୱର ତେଲି ଥିବା ବେଳେ ବିହାରର ଶ୍ରୀ ମନନ କୁମାର ମିଶ୍ରଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀଭାବେ ଚୟନ କରିଛି ବିଜେପି। ଅନ୍ୟପକ୍ଷରେ ହରିୟାଣାରୁ ଶ୍ରୀମତି କିରଣ ଚୌଧରୀ, ମଧ୍ୟପ୍ରଦେଶର ଶ୍ରୀ ଜର୍ଜ କୁରିୟନ, ମହାରାଷ୍ଟ୍ରର ଶ୍ରୀ ଧର୍ଯ୍ୟଶୀଳ ପାଟିଲ, ଓଡ଼ିଶାରୁ ମମତା ମହନ୍ତ, ରାଜସ୍ଥାନରୁ ସରଦାର ରବନୀତ ସିଂହ ବିଟ୍ଟୁ ଏବଂ ତ୍ରୀପୁରାରୁ ଶ୍ରୀ ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀଭାବେ ଚୟନ କରି ପ୍ରାର୍ଥୀ ତାଲିକା ଜାରି କରିଛି।

Get real time updates directly on you device, subscribe now.