fbpx
BJD SKY
BJD SKY

(Video) BJP ଜାରି କଲା ‘କଂଗ୍ରେସ ଫାଇଲ୍ସ’ ସିରିଜ୍-୧: 2-G’ରୁ କମନୱେଲଥ ପର୍ଯ୍ୟନ୍ତ ଖାଲି ଘୋଟାଲା, UPA ସରକାର ଅମଳରେ ୪.୮୨ ଲକ୍ଷ କୋଟି କୁଆଡ଼େ ଗଲା?

BJD

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଆସନ୍ତା ମେ ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହା ମଧ୍ୟରେ ବିଜେପି କଂଗ୍ରେସ ନେତୃତ୍ୱାଧୀନ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ଉପରେ ଏକ ବଡ଼ ଆରୋପ ଲଗାଇଛି । ଏନେଇ ବିଜେପି ‘କଂଗ୍ରେସ ଫାଇଲ୍ସ’ ନାମକ ଏକ ସିରିଜର ଶୁଭାରମ୍ଭ କରିଛି ।

ୟୁପିଏ ସରକାର ଅମଳରେ ୪.୮୨ ଲକ୍ଷ କୋଟିର ଘୋଟାଲା ହୋଇଥିବା ବିଜେପି ଅଭିଯୋଗ ଆଣିଛି । ୨ଜି’ରୁ ଆରମ୍ଭ କରି କମନୱେଲଥ ପର୍ଯ୍ୟନ୍ତ ଏକାଧିକ ମହାଘୋଟାଲାରେ କଂଗ୍ରେସର ସମ୍ପୃକ୍ତି ରହିଛି । ଏହି ଠକେଇର ଅଙ୍କର ମାତ୍ରା ଏତେ ବ୍ୟାପ୍ତ ଯେ ଏହାକୁ ଜଣେ କହିଲା ବେଳକୁ ହଡ଼ବଡ଼େଇ ଯିବ ବୋଲି ଭିଡିଓରେ କୁହାଯାଇଛି । ଏହି ବଡ଼ ଆମାଉଣ୍ଟ ଦେଶର ବିକାଶ କାର୍ଯ୍ୟରେ ଲାଗିପାରିଥାନ୍ତା ।

ଏହି ଅର୍ଥରେ ୨୪ଟି ଆଇଏନଏସ ବିକ୍ରାନ୍ତ, ୩୦୦ଟି ରାଫେଲ ବିମାନ ଓ ୧ ହଜାର ମଙ୍ଗଳ ମିଶନ ପ୍ରସ୍ତୁତ ହୋଇପାରିଥାନ୍ତା । କଂଗ୍ରେସ କରିଥିବା ଏହି ଭ୍ରଷ୍ଟାଚାରର ମୂଲ୍ୟ ଦେଶକୁ ଭୋଗିବାକୁ ପଡ଼ିଛି । କଂଗ୍ରେସ ପାଇଁ ହିଁ ଦେଶର ବିକାଶ ଓ ଉନ୍ନତିର ରାସ୍ତା ବହୁପଛରେ ରହିଯାଇଛି । କଂଗ୍ରେସ ସରକାରର ୧୦ ବର୍ଷର ଶାସନ ସମୟରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ସିଇଓଙ୍କୁ ଲାଞ୍ଚ ଦିଆଯାଇଥିଲା । ଭିଭିଆଇପି ହେଲିକପ୍ଟର କିଣିବା ପାଇଁ ୩୫୦ଟି କୋଟିର ଲାଞ୍ଚ ଅଭିଯୋଗ ଆସିଥିଲା । ଏଥିସହିତ ୧ ଲକ୍ଷ ୮୬ ଲକ୍ଷ ହଜାର କୋଟିର କୋଇଲା ଘୋଟାଲା, ୭୬ ଲକ୍ଷ କୋଟିର ୨-ଜି ସ୍ପେକଟ୍ରମ୍ ଘୋଟାଲା ଉପରେ ମଧ୍ୟ ବିଜେପି ଅଭିଯୋଗ ଆଣିଛି ।

ପାଖାପାଖି ୧୦ ହଜାର କୋଟିର ମନରେଗା ଘୋଟାଲା, ୭୦ ହଜାର କୋଟିର କମନୱେଲଥ ଘୋଟାଲା, ଇଟାଲିରୁ ହେଲିକପ୍ଟର ଡିଲ ପାଇଁ ୩୬୨ କୋଟିର ଲାଞ୍ଚ ଆଦି ପ୍ରସଙ୍ଗ ଉପରେ ବିଜେପି ଚିନ୍ତା ପ୍ରକଟ କରିଛି । କଂଗ୍ରେସ ସରକାର ଭ୍ରଷ୍ଟାଚାର ଓ ଘୋଟାଲାରେ ବୁଡ଼ି ରହିଥିବା ବେଳେ ମନମୋହନ ସିଂହ ସରକାର ଚୁପ୍ ରହିଥିଲେ । ତେବେ କଂଗ୍ରେସର ଘୋଟାଲାର ସୀମା ଏତିକିରେ ସୀମିତି ରହିନାହିଁ, ଏହାର ପରବର୍ତ୍ତୀ ଏପିସୋଡରେ ଗାନ୍ଧି ପରିବାର ଭ୍ରଷ୍ଟାଚାର ଉପରେ କୁହାଯାଇଛି ।

Get real time updates directly on you device, subscribe now.