fbpx

ଭୁଲି ହେବନି ଏପ୍ରିଲ ୨ ତାରିଖ: ୧୨ ବର୍ଷ ତଳେ ବିଶ୍ୱ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ: ସାରା ଦେଶରେ ହୋଇଥିଲା ଦିୱାଲି

ନୂଆଦିଲ୍ଲୀ: ୨୦୧୧ ମସିହା ଏପ୍ରିଲ ୨ ତାରିଖ, ଆଜିକୁ ଠିକ ୧୨ ବର୍ଷ ତଳେ… ଭାରତ ପାଇଥିଲା ଆଉ ଏକ ନୂଆ ପରିଚୟ, ବିଶ୍ୱ ବିଜେତା । ଆଉ ସେହି ରାତି ସାରା ଦେଶ ପାଇଁ ଥିଲା ଦିୱାଲିର ରାତି । ଗାଁ-ଗାଁ, ଗଳି-ଗଳିରେ ବାଣ ରୋଷଣୀରେ କମ୍ପି ଉଠିଥିଲା । ସମସ୍ତେ ଖୁସିରେ ନାଚି ଗାଇ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରି ଦେଇଥିଲେ । ଦେଶର ପତିଟି ଗଳିକନ୍ଦିରେ ହୋଇଯାଇଥିଲା ଟ୍ରାଫିକ ଜାମ୍ । ପିଲାଠୁ ବୁଢା ସମସ୍ତେ ଖୁସିରେ ମସଗୁଲ ହୋଇ ଉତ୍ସବ ମନାଉଥିଲେ । ନଥିଲା ବୟସର ପ୍ରତିବନ୍ଧକ, ନାଥିଲା କିଛି ଭେଦଭାବ, ବାସ୍ ନିଜ ଇମୋସନ ଆଉ ଦେଶର ସଫଳତାକୁ ସେଲିବ୍ରେଟ କରୁଥିଲା ପୁରା ଭାରତ । କାରଣ ଏହି ଦିନ ଇଣ୍ଡିଆନ କ୍ରିକେଟ ଟିମ ଦିନିକିଆ ବିଶ୍ୱକପ ଉପରେ କବଜା କରିଥିଲା ।

Indians take to the streets to celebrate nation's cricket World Cup triumph  | Daily Mail Online

ଆଜି ବି ସାରା ଦେଶ ଭୁଲିନି ସଚିନ ତେନ୍ଦୁଲକରଙ୍କ ସେହି ଲୁହ ଭିଜା ଆଖି, ମନେ ଅଛି ଗୌତମ ଗମ୍ଭୀରଙ୍କ ବିସ୍ପୋରକ ଇନିଂସ ଆଉ ଅଭୁଲା ଛାପ ଛାଡିଛି ଧୋନୀଙ୍କର ସେହି ଶେଷ ଛକା । ଏମିତି ଅନେକ ସ୍ମୃତି ସହ ଭାରତ ସେଦିନ ହାତେଇ ନେଇଥିଲା ବିଶ୍ୱ ବିଜେତାର ଟାଇଟଲ । ଦୀର୍ଘ ୨୮ ବର୍ଷ ପରେ ଭାରତ ଏହି ମୁହୂର୍ତ୍ତକୁ ପାଖରେ ପାଇଥିଲା, ଯାହାର ପ୍ରମାଣ ଦେଉଥିଲା ସେଦିନ କ୍ରିକେଟ ମଇଦାନରେ ଯୁବରାଜ, ହରଭଜନ ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଖିରୁ ଝରୁଥିବା ଲୁହର ପ୍ରତିଟି ବିନ୍ଦୁ । ୧୯୮୩ ମସିହା ପରେ ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପକୁ ନିଜର କରି ପାରିଥିଲା ।

ବିଜୟ ଆଉ ପରାଜୟକୁ ଏଡାଇ ୨୦୧୧ ବିଶ୍ୱକପର ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ । ସାମନାରେ ଥିଲା ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା । ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କୁମାର ସାଙ୍ଗାକାରା । ମାହେଲା ଜୟବର୍ଦ୍ଦନେ ଏବଂ ସାଙ୍ଗାକାରାଙ୍କ ପାର୍ଟନରସିପ ଯୋଗୁଁ ଭାରତ ଆଗରେ ୨୭୫ ରନର ଟାର୍ଗେଟ ରଖିଥିଲା ଶ୍ରୀଲଙ୍କା । ଭାରତର ସ୍କ୍ୱାଡ ଏବଂ ଖେଳାଳିଙ୍କ ଫର୍ମକୁ ନଜରରେ ରଖି ମନେ ହେଉଥିଲା ଏହାକୁ ଖୁବ ସହଜରେ ହାସଲ କରି ନେଇ ପାରିବ ଟିମ ଇଣ୍ଡିଆ । କିନ୍ତୁ ଘଟିଲା କିଛି ଓଲଟା । ପ୍ରଥମ ଓଭରର ଦ୍ୱିତୀୟ ବଲରେ ଭାରତର ବିସ୍ଫୋରକ ଓପନର ବିରେନ୍ଦ୍ର ସେହୱାଗଙ୍କ ୱିକେଟ ହରାଇଥିଲା । ସଚିନ ଏବଂ ଗୌତମ ଗମ୍ଭୀର ମ୍ୟାଚ ଆଗେଇ ନେବେ ବୋଲି ଫ୍ୟାନ୍ସ ଆଶା ବାନ୍ଧୁଥିବା ବେଳେ ସେ ମଧ୍ୟ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ । ସଚିନଙ୍କ ୱିକେଟ ପରେ ସାରା ଷ୍ଟାଡିୟମରେ ଖେଳି ଯାଇଥିଲା ନୀରବତା । ବିଶ୍ୱକପ ହାତରୁ ଖସି ଯାଉଥିବା ଡର ଭାରତୀୟଙ୍କୁ ଘାରିଥିଲା ।

MS Dhoni hit the winning six in the World Cup final | ESPNcricinfo.com

କିନ୍ତୁ ମଇଦାନରେ ଥିଲେ ଇଣ୍ଡିଆନ ଟିମର ସୁପରଷ୍ଟାର ଗୌତମ ଗମ୍ଭୀର । ବିରାଟ କୋହଲିଙ୍କ ସହ ମିଶି ଏକ ବଡ ପାର୍ଟନରସିପ କରିବା ପାଇଁ ଚେଷ୍ୟା କରୁଥିଲେ ଗୌତମ । କିନ୍ତୁ ବିରାଟ ମଧ୍ୟ କିଛି ସମୟ ପରେ ପାଭିଲିୟନ ଫେରି ଯାଇଥିଲେ । ଏହାପରେ ଯୁବରାଜଙ୍କ ପୂର୍ବରୁ ମଇଦାନକୁ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ଗୋଟିଏ ପଟେ ଗମ୍ଭୀର ଏବଂ ଅନ୍ୟ ପଟେ ଧୋନୀ, ଶ୍ରୀଲଙ୍କାର ସମସ୍ତ ବୋଲରଙ୍କୁ ଟାର୍ଗେଟ କରି ବିଜୟ ଲକ୍ଷ୍ୟ ଆଡକୁ ଦ୍ରୁତ ଗତିରେ ଆଗେଇ ଯିବା ବେଳେ ଗୌତମ ଗମ୍ଭୀର ରନ ଆଉଟ ହୋଇଯାଇଥିଲେ । ବିଶ୍ୱକପ ଫାଇନାଲ ମ୍ୟାଚରେ ଏକ ଦମଦାର ଶତକରୁ ମାତ୍ର ୩ ରନ ଦୂରରେ ରହି ୯୭ ରନ କରି ପାଭିଲିୟନ ଫେରି ଆସିଥିଲେ ଗମ୍ଭୀର । ତେବେ ଏଇଠୁ ଯୁବରାଜଙ୍କ ସହ ମିଶି ଧୋନୀ ଭାରତକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଶେଷ ୧୧ ବଲରେ ୪ ରନ ବାକି ଥିବା ବେଳେ ଧୋନୀଙ୍କର ସେହି ଛକା ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆଉ ପାଲଟି ଯାଇଥିଲେ ବିଶ୍ୱକପର ନୂଆ ବାଦଶାହ । ତେବେ ଏତେ ବଡ ଖୁସିର ମୁହୂର୍ତ୍ତରେ ଗୋଟିଏ ଦୁଃଖ ଥିଲା ସଚିନଙ୍କ ଅବସର । ଭାରତ ବିଶ୍ୱକପ ଜିତିବା ପରେ ସଚିନ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ ।

Get real time updates directly on you device, subscribe now.