fbpx
BJD SKY
BJD SKY

Contraceptive Pill ନେଇପାରେ ଆପଣଙ୍କ ଜୀବନ: ୨୫ ବର୍ଷୀୟା ମହିଳାଙ୍କୁ ଅଚାନକ ଆସିଲା ଷ୍ଟ୍ରୋକ, ଆଖିକୁ କିଛି ଦେଖା ଗଲାନି…

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କଣ୍ଟ୍ରାସେପ୍ଟିଭ ପିଲ୍ସ ବହୁମାତ୍ରାରେ ବ୍ୟବହାର କରାଯାଉଛି । ତେବେ ଏହାର ସାଇଡ୍ ଇଫେକ୍ଟ ବିଷୟରେ ବୋଧହୁଏ ଆପଣ ଜାଣିନଥିବେ । ଏହା ଏତେ ଭୟଙ୍କର ଯେ ଜଣଙ୍କର ଜୀବନ ବି ଅକାଳରେ ଚାଲିଯାଇପାରେ । ନିକଟରେ ଜଣେ ମହିଳାଙ୍କ ସହ ଏପରି କିଛି ଘଟିଛି, ଯାହାକୁ ଶୁଣିବା ପରେ ଯେ କେହି ବି ହତବାକ ହୋଇଯିବ ।

ଅବାଞ୍ଛିତ ଗର୍ଭଧାରଣରୁ ବର୍ତ୍ତିବା ପାଇଁ ମହିଳାମାନେ କଣ୍ଟ୍ରାସେପ୍ଟିଭ ପିଲ ଉପରେ ଭରସା କରିଥାନ୍ତି । ଏହି ଗର୍ଭନିରୋଧକ ଗୋଲି ଯଦିଓ ପ୍ରେଗନାନ୍ସିରୁ ବଞ୍ଚାଇଥାଏ, ତଥାପି ଏହା ଆମର ଶରୀର ପାଇଁ ବହୁତ ଭୟଙ୍କର । ଏଥିପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ଜମାରୁ ସେବନ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ନିକଟରେ ବ୍ରିଟେନରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।

ଜଣେ ୨୫ ବର୍ଷୀୟା ମହିଳା ଏହି ପିଲ ସେବନ କରିବାର ମାତ୍ର କିଛି ସପ୍ତାହ ପରେ ଅଚାନକ ଷ୍ଟ୍ରୋକର ଶିକାର ହୋଇଥିଲେ । ଏହି ମହିଳା ଜଣଙ୍କ ମାଇକ୍ରୋଜିନୋନ ୩୦ ନାମକ ଏକ କଣ୍ଟ୍ରାସେପ୍ଟିଭ ପିଲ୍ ନେଇଥିଲେ । ମହିଳା ଜଣଙ୍କ ଫିଟ୍ ଓ ସୁସ୍ଥ ଦେଖାଯାଉଥିଲେ ହେଁ ଏକ ମିଟିଂରେ ସେ ଅଚାନକ ତଳେ ପଡ଼ିଯାଇଥିଲେ । ତାଙ୍କୁ ଠିକରେ ଦେଖାନଯିବା ସହ ସେ କିଛି କହି ପାରୁନଥିଲେ । ସର୍ବପ୍ରଥମେ ମହିଳାଙ୍କଠାରେ ଡିପ୍ରେସନ ଲକ୍ଷଣ ଦେଖାଯାଇଥିଲା ।

ଏହାପରେ ଧୀରେଧୀରେ ମୁଣ୍ଡବ୍ୟଥା ହେବା ସହ କିଛି ମାସ ପରେ ମିନି ଷ୍ଟ୍ରୋକ ଆସିଥିଲା । ଯେଉଁ ସମୟରେ ବ୍ରେନରେ ସାମୟିକ ଭାବେ ରକ୍ତ ପହଞ୍ଚିବାରେ ସମସ୍ୟା ଦେଖାଦିଏ, ସେ ସମୟରେ ରକ୍ତ ଜମାଟ ବାନ୍ଧିବାରେ ଲାଗିଥାଏ । ଫଳରେ ଏହି ମିନିଷ୍ଟ୍ରୋକ ଆସିଥାଏ । ତେଣୁ ସଙ୍ଗେସଙ୍ଗେ ଗର୍ଭନିରୋଧକ ଗୋଲି ନ ଦେବାକୁ ମହିଳାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ । ତା’ପରେ ରକ୍ତକୁ ପତଳା କରିବା ପାଇଁ ମେଡିସିନ ଦିଆଯାଇଥିଲା । ପରେ ମହିଳା ଜଣଙ୍କ ସର୍ଜରୀ କରାଇଥିଲେ ଓ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

Get real time updates directly on you device, subscribe now.