fbpx

UP ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା BJP, ଦେଖନ୍ତୁ ପ୍ରତିଶ୍ରୁତିର ଲମ୍ବା ଲିଷ୍ଟ

ନୂଆଦିଲ୍ଲୀ: ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ୍ ରହିଥିବା ବେଳେ ଆଜି ବିଜେପି ଉତ୍ତରପ୍ରଦେଶ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଏହି ଇସ୍ତାହାରକୁ ଭାଜପା ପକ୍ଷରୁ ଲୋକ କଲ୍ୟାଣ ସଂକଳ୍ପ ପତ୍ର ୨୦୨୨ ନାମ ଦିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ଏହି ଇସ୍ତାହାର ଜାରି କରିଥିବା ଜଣାପଡ଼ିଛି । ଗତ ୬ ତାରିଖରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗ ପାଇଁ ଏହି ଘୋଷଣାକୁ ସ୍ଥଗିତ ରଖାଯାଇଥିଲା । ଦେଖନ୍ତୁ ସଂକଳ୍ପ ପତ୍ରରେ ବିଜେପି କ’ଣ ସବୁ ପ୍ରତିଶ୍ରୁତି ପ୍ରଦାନ କରିଛି ।

୧- କୃଷକଙ୍କୁ ମାଗଣରେ ବିଜୁଳି, ୫ ହଜାର କୋଟିର କୃଷି ସିଞ୍ଚାଇ ଯୋଜନା ।

୨- ୨୫ ହଜାର କୋଟିର ସର୍ଦ୍ଦାର ପଟେଲ ଏଗ୍ରି-ଇନଫ୍ରାଷ୍ଟ୍ରକଚର ମିଶନ ।

୩- ଆଲୁ, ଟମାଟୋ, ପିଆଜ ପରି ଫସଲକୁ ସର୍ବନିମ୍ନ ଦରରେ ଯୋଗାଇଦେବା ପାଇଁ ୧ ହଜାର କୋଟି ।

୪- ଆଖୁ ଚାଷୀଙ୍କୁ ୧୪ ଦିନ ମଧ୍ୟରେ ସହାୟତା, ବିଳମ୍ବ ହେଲେ ସୁଧ ମିଳିବ ।

୫- ୬ଟି ମେଗା ଫୁଡ୍ ପାର୍କ ନିର୍ମାଣ ହେବ । ବୋଟ ସବସିଡି ଯୋଜନା ମିଳିବ । ମିଶନ ପିଙ୍କ ଟଏଲେଟ ପାଇଁ ୧ ହଜାର କୋଟି ।

୬- ପ୍ରତ୍ୟେକ ବିଧବା ଓ ନିରାଶ୍ରୟ ମହିଳାଙ୍କୁ ମାସିକ ୧୫୦୦ ପେନସନ । ୩ଟି ନୂଆ ମହିଳା ବାଟାଲିୟନ ସ୍ଥାପନ ।

୭- ସମସ୍ତ ସାର୍ବଜନିକ ସ୍ଥାନରେ ସିସିଟିଭି କ୍ୟାମେରା ଓ ୩ ହଜାର ପିଙ୍କ ପୋଲିସ ବୁଥ୍ ପ୍ରତିଷ୍ଠା ।

୮- ୫ ହଜାର କୋଟି ବ୍ୟୟରେ ଅବନ୍ତି ବାଈ ଲୋଧୀ ସ୍ୱୟଂ ସହାୟତା ସମୁହ ମିଶନର ଶୁଭାରମ୍ଭ ।

୯- ୟୁପିପିଏସସି ସହ ସମସ୍ତ ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କୁ ସଂଖ୍ୟା ଦୁଇଗୁଣା ବୃଦ୍ଧି ।

୧୦- ୧ କୋଟି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ସର୍ବନିମ୍ନ ସୁଧହାରରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।

୯- ଏହି ଘୋଷଣାପତ୍ର ମାଧ୍ୟରେ ୨୫ କୋଟି ଲୋକଙ୍କ ଜୀବନ ପରିବର୍ତ୍ତନ ଲକ୍ଷ୍ୟ ।

Get real time updates directly on you device, subscribe now.