fbpx

ବିଜେପିର ବିଶାଳ ଜନଜାଗରଣ ଶୋଭାଯାତ୍ରା

କଟକ, ୬ା୧(ଓଡ଼ିଶା ଭାସ୍କର): ନାଗରିକତା ସଂଶୋଧନ ଆଇନକୁ ନେଇ କଟକରେ ବିଜେପି ବିଶାଳ ଶୋଭାଯାତ୍ରା କରିଛି । ସେହି ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ସେହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତିି । କଲେଜ ଛକରୁ ଖାନ ନଗର ପାର୍କ ଯାଏଁ ଏହି ପଦଯାତ୍ରା ଯିବ ।
ଅନ୍ୟପଟେ ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ କଂଗ୍ରେସ ଟାର୍ଗେଟ କରିଛି । ଏହାସହ ଏନଆରସି ଓ ସିଏଏକୁ ନେଇ ବିଜେପି ଜନଜାଗରଣ କାର୍ଯ୍ୟକ୍ରମକୁ ମଧ୍ୟ ନିନ୍ଦା କରିଛି । ପିଆଜ, ଆଳୁ ଓ ତେଲ ଦର ବଢ଼ିଛି କିନ୍ତୁ ସେଥିପ୍ରତି କାହାର ଧ୍ୟାନ ନାହିଁ ।ବଡ଼ ପ୍ରସଙ୍ଗକୁ ଲୁଚାଇବାକୁ ଭାବାବେଗର ଝୁଲି ଧରିଛି ବିଜେପି ବୋଲି କଂଗ୍ରେସ କହିଛି । ୯୦ଦଶକରେ ରାମ ମନ୍ଦିର ପାଇଁ ସଂଗୃହୀତ ଇଟା ନେଇ କଂଗ୍ରେସ ପ୍ରଶ୍ନ କରିବା ସାଙ୍ଗକୁ ଓଡ଼ିଶାରୁ କେତେ ଇଟା ଓ ଟଙ୍କା କେମିତି ଯାଇଛି ହିସାବ ମାଗିଛି କଂଗ୍ରେସ ।

Get real time updates directly on you device, subscribe now.