fbpx
BSKY
BJD MC SKY
BJD YOUTH SKY

୨୦୨୪ ମେଗା ଇଲେକ୍ସନରେ BJP ଲାଗୁ କରିବ ବିଗ୍ ଫର୍ମୂଲା, ୮୦ ପ୍ରତିଶତ ସାଂସଦଙ୍କୁ ମିଳି ନପାରେ ଟିକେଟ୍

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନର ଫାଇନାଲ ପରୀକ୍ଷାକୁ ନେଇ ଭାରତବର୍ଷର ସମସ୍ତ ରାଜନୈତିକ ଦଳମାନେ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି । ତେବେ ମେଗା ଫାଇଟ୍ ପାଇଁ ଦେଶର ପ୍ରମୁଖ ଦଳମାନେ ହାଇ ଲେବଲ୍ ଷ୍ଟ୍ରାଟେଜି ଆପଣାଇବାରେ ବ୍ୟସ୍ତ । ତେବେ ଭାରତୀୟ ଜନତା ପାର୍ଟି କିଛି ନୂଆ ପ୍ରକାରର ଗେମ୍ ପ୍ଲାନ୍ କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ବିଶେଷ ସତ୍ରରୁ ଜଣାପଡ଼ିଛି ଯେ, ଏଥର ବିଜେପି ବୟସ୍କ ରାଜନେତାଙ୍କୁ ଟିକେଟ ଦେବ ନାହିଁ । ଅର୍ଥାତ ଯେଉଁ ନେତାଙ୍କୁ ୭୦ ଟପିଥିବ, ତାଙ୍କୁ ଆସନ୍ତା ଲୋକସଭା ନିର୍ବାଚନରେ ଟିକେଟ୍ ଦିଆଯିବ ନାହିଁ । ଯଦି ଏହି ଫର୍ମୂଲା ଆପ୍ଲାଏ ହୁଏ, ତେବେ ଦଳର ୮୦ରୁ ଅଧିକ ସାଂସଦ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହେବେ । ତେବେ ଯେଉଁ ସାଂସଦମାନଙ୍କର ଜନ୍ମ ୧୯୫୫ ପରେ ହୋଇଥିବ, ସେମାନଙ୍କୁ ଟିକେଟ ନ ଦେବାକୁ ଦଳ ନିଷ୍ପତ୍ତି ନେଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ, ପ୍ରଭାରୀ, କ୍ୟାବିନେଟ ମନ୍ତ୍ରୀ ଓ ସାଂସଦଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ତେବେ ରାଜନୈତିକ ଗଣିତ କହୁଛି, ଯଦି ବିଜେପି ଆସନ୍ତା ନିର୍ବାଚନରେ ଏହି ବୟସ ଫର୍ମୂଲା ଲାଗୁ କରେ, ତେବେଚ ଦଳର ଅନେକ ବରିଷ୍ଠ ନେତା ବାଦ୍ ପଡ଼ିବେ । ୨୦୨୪ ବେଳକୁ ଦଳର ଏକ ଚତୁର୍ଥାଂଶ ସାଂସଦଙ୍କର ବୟସ ୭୦ ଟପିସାରିଥିବ । ଉକ୍ତ ସାଂସଦମାନେ ବିଭିନ୍ନ ରାଜ୍ୟରେ ରହିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେପି ଗତ ୨୦୧୪ ଲୋକସଭା ନିର୍ବାଚନରେ ୨୮୨ଟି ଆସନରେ ଜିତିଥିବାରେ ୨୦୧୯ରେ ୩୦୩ଟି ଆସନରେ ଜିତିଥିଲା । ଆଗକୁ ୨୦୨୪ ନିର୍ବାଚନ ଆସୁଥିବା ବେଳେ ସେଥିରେ ଦଳ କେତୋଟି ସିଟ୍ ହାତେଇବ ତାହା ସମୟ କହିବ ।

Get real time updates directly on you device, subscribe now.