fbpx

BCCIର ବଡ଼ ନିଷ୍ପତ୍ତି: ଦକ୍ଷିଣ ଆଫ୍ରିକା ବିପକ୍ଷ T-20 ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କର ହେବ ଫିଟନେସ୍ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ମାସ ୯ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ କେଏଲ ରାହୁଲ । ଅନ୍ୟପକ୍ଷରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଏହି ଟି-୨୦ ସିରିଜ୍ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି ।

ବିସିସିଆଇ ମୁତାବକ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ସମସ୍ତ ଭାରତୀୟ ଖେଳାଳିଙ୍କର ଫିଟନେସ୍ ଟେଷ୍ଟ ହେବ । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପରେ ସମସ୍ତ ଖେଳାଳିଙ୍କୁ ଜୁନ୍ ପାଞ୍ଚ ତାରିଖ ବା ତା’ ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ (ଏନସିଏ)ରେ ହାଜର ହେବାକୁ ପଡ଼ିବ । ଏନସିଏ ଅଧ୍ୟକ୍ଷ ଭିଭିଏସ ଲକ୍ଷ୍ମଣ ଓ ଫିଜିଓ ନୀତିନ ପଟେଲଙ୍କ ପରିଚାଳନାରେ ସମସ୍ତ ଖେଳାଳିଙ୍କର ଫିଟନେସ୍ ଟେଷ୍ଟ ହେବ ।

ଏନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ସମସ୍ତ ଖେଳାଳିଙ୍କୁ ଏନସିଏର ଫିଟନେସ୍ ଶିବିରରେ ଏକାଠି ହେବାକୁ ପଡ଼ିବ । ବର୍ତ୍ତମାନ ସମୟରେ ଦଳର ଅଧିକାଂଶ ଖେଳାଳିଙ୍କୁ ଛୋଟମୋଟ ଆଘାତ ଲାଗିଛି । ତେଣୁ ଖେଳାଳିମାନେ ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛନ୍ତି, ଏହା ସେମାନଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ ।

Get real time updates directly on you device, subscribe now.