fbpx

ଅସ୍ତ୍ର ଅଭାବରୁ ୟୁକ୍ରେନର ଆଉ ଏକ ସହର ଉପରେ କବଜା କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନର ଆଉ ଏକ ସହର ଉପରେ କବଜା କରି ନେଇଛି ପୁତିନ ସେନା । ଦେଶର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଲାଇମନ ସହର ଉପରେ ଋଷ ନିୟନ୍ତ୍ରଣ ପାଇଯାଇଥିବା କହିଛନ୍ତି ୟୁକ୍ରେନର ଅଧିକାରୀ । ବର୍ତ୍ତମାନ ଋଷର ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ଏହି ସହରକୁ ଅକ୍ତିଆର କରି ନେଇଥିବା ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କିଙ୍କ ପରାମର୍ଶଦାତା ଓଲେକ୍ସି ଏରେଷ୍ଟୋଭିଚ ।

ତଥ୍ୟ ଯାଞ୍ଚ ହୋଇ ନଥିଲେ ମଧ୍ୟ ଆମେ ଏହି ସହରକୁ ହରାଇଛୁ ବୋଲି ସେ କହିଛନ୍ତି । ଯୋଜନାବଦ୍ଧ ଭାବରେ ଏହି ଆକ୍ରମଣ କରାଯାଇ ସହରକୁ ନିଜ ଅକ୍ତିଆରକୁ ନେଇଛି ଋଷ ସେନା । ଏହି ସହର ଦେଶର ଏକ ପ୍ରମୁଖ ରେଳ ହବ ତିଲା, ଯାହାକୁ ଋଷ ନିଜ କବଜାକୁ ନେଇଛି । ତେବେ ସହରର ଅନେକ ଅଞ୍ଚଳକୁ ୟୁକ୍ରେନ ସେନା ନିଜ କବଜାରେ ରଖିଥିବା ମଧ୍ୟ କୁହାଯାଉଛି ।

ଅନ୍ୟ ପକ୍ଷରେ ଋଷ ଆକ୍ରମଣରୁ ବଞ୍ଚିବା ପାଇଁ ପାଶ୍ଚାତ୍ୟ ଦେଶରୁ ହତିଆର ମାଗିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଋଷ ସେନାର ଆକ୍ରମଣକୁ ସାମନା କରିବା ପାଇଁ ମଲ୍ଟି ଲଞ୍ଚ ରକେଟ ସିଷ୍ଟମ ପାଇଁ ସେ ଅପିଲ କରିଥିଲେ । କିନ୍ତୁ କୌଣସି ଦେଶରୁ ସାହାଯ୍ୟ ନ ମିଳିବାରୁ ବେସାହାରା ହୋଇ ପଡିଛି ୟୁକ୍ରେନ । ସେପଟେ ଏହାର ଫାଇଦା ଉଠାଉଛି ଋଷ ସେନା । ଯୁଦ୍ଧରେ ଗୋଟିଏ ପରେ ଗୋଟିଏ ସହରକୁ ନିଜ କବଜାକୁ ନେଉଛି ଋଷ ।

Get real time updates directly on you device, subscribe now.