fbpx

ବ୍ୟାଙ୍କରେ ହେଉଥିବା ଠକେଇ ଉପରେ ଲାଗିଲା ବ୍ରେକ: ଜାଣନ୍ତୁ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ରହିଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ଠକେଇ ପ୍ରାୟ ୫୬ ପ୍ରତିଶତ ହ୍ରାସ ପାଇଛି । ଚଳିତ ମାର୍ଚ୍ଚ ୨୦୨୨ ସୁଦ୍ଧା ଆରବିଆଇ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ୧୨ ଟି ଯାକ ରାଷ୍ଟ୍ରାୟତ ବ୍ୟାଙ୍କରେ ଏହି ଠକେଇ ହୋଇଥିବା ବେଳେ ଏହା ୬୦୪୧୪ କୋଟି ଟଙ୍କା ରହିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧.୩୮ ଟ୍ରିଲିୟନ୍ ରହିଥିଲା । ତେବେ ଠକେଇ ମାମଲା ବଢିଥିଲେ ମଧ୍ୟ ଠକେଇର ରକମ ହ୍ରାସ ପାଇଛି । ବିଗତ ବର୍ଷରେ ୭୩୫୯ଟି ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ଚଳିତ ବର୍ଷ ଏହା ୨୩.୬ ବଢି ୯୧୦୩ରେ ପହଞ୍ଚିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏହି ସମୟରେ ସର୍ବାଧିକ ୯୫୨୮.୯୫ କୋଟି ଟଙ୍କାର ଠକେଇ ହୋଇଥିବା ଜଣାପଡିଛି । ୪୩୧ଟି ମାମଲାରେ ଏହି ଠକେଇ ହୋଇଛି । ଅନ୍ୟ ପକ୍ଷରେ ଏସ୍‌ବିଆଇରେ ୪୧୯୨ଟି ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ସମୁଦାୟ ୯୩୨.୩୭ କୋଟି ଟଙ୍କାର ଠକେଇ ହୋଇଥିବା ଜଣାପଡିଛି । ବ୍ୟାଙ୍କ ଅଫ୍ ବରୋଦାରେ ୨୦୯ଟି ମାମଲା ଆସିଥିବା ବେଳେ ଏହା ୫୯୨୩.୯୯ କୋଟି ଟଙ୍କା ହରାଇଛି । ବ୍ୟାଙ୍କ ଅଫ ବରୋଦାରେ ୨୮୦ଟି ମାମଲା ଆସିଥିବା ବେଳେ ୩୯୮୯.୩୬ କୋଟି ଟଙ୍କାର ଠକେଇ ହୋଇଛି ।

କାନାରା ବ୍ୟାଙ୍କରେ ମାତ୍ର ୯୦ଟି ମାମଲାରେ ୩୨୩୦.୧୮ କୋଟି ଟଙ୍କାର ଠକେଇ ହୋଇଛି । ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏହି ସମୟରେ ୩୯୩୯ କୋଟି(୬୨୭ ମାମଲା) ସାମ୍ନାକୁ ଆସିଛି । ଅନ୍ୟ ବ୍ୟାଙ୍କ ଗୁଡିକ ମଧ୍ୟରେ ଇଣ୍ଡିଆନ୍ ବ୍ୟାଙ୍କରେ ୨୦୩୮.୨୮ କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ୟୁକୋ ବ୍ୟାଙ୍କରେ ୬୧୧.୫୪ କୋଟି ଟଙ୍କାର ଦୁର୍ନୀତି ହୋଇଛି ।

Get real time updates directly on you device, subscribe now.