fbpx

ଆସନ୍ତା ୨୦-୩୦ ବର୍ଷ ପର୍ଯ୍ୟନ୍ତ ଭାରତବର୍ଷକୁ ଶାସନ କରିବ BJP! ଏହା କ’ଣ ସତ ହେବ?

ନୂଆଦିଲ୍ଲୀ: ଭାରତବର୍ଷରେ ଭାରତୀୟ ଜନତା ପାର୍ଟି ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତା ଅକ୍ତିଆର କରିବାରେ ସଫଳ ହୋଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ରାଜନୀତିରେ ହଠାତ୍ ଆବିର୍ଭାବ ବିଜେପିକୁ ଏକ ଶକ୍ତିଶାଳୀ ଦଳରେ ପରିଣତ କରିଛି । ତେବେ ଆଜି ବିଜେପି ଭାରତବର୍ଷରେ ଏପରି ଏକ ସ୍ଥିତିରେ ପହଞ୍ଚି ଯାଇଛି ଯେ, ଏହି ଦଳକୁ ହରାଇବା ଅନ୍ୟ ଦଳ ପାଇଁ କାଠିକର ପାଠ ହୋଇପଡ଼ିଛି । ସମୟ ଯେତେ ଗଡ଼ି ଚାଲିଲେ ମଧ୍ୟ ମୋଦୀଙ୍କ ଲୋକପ୍ରିୟତା ପୂର୍ବ ଭଳି କାଏମ୍ ରହିଛି ।

ଅନ୍ୟପକ୍ଷରେ ଦେଶର ସର୍ବପୂରାତନ ଦଳ ଜାତୀୟ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଗୋଟିଏ ପଟେ ବିଜେପି ଡିଜିଟାଲ ଇଣ୍ଡିଆ ନାରା ଦେଇ ଆଗକୁ ବଢ଼ୁଥିବା କଂଗ୍ରେସ ଗାନ୍ଧି, ନେହେରୁ ଅମଳର ପୁରୁଣା କଥାକୁ ଦୋହରାଇ ଜନମାନସରୁ ହଜିବାରେ ଲାଗିଛି । ତୃଣମୃଳ କଂଗ୍ରେସ (ଟିଏମସି), ଆମ ଆଦମୀ ପାର୍ଟି (ଆପ) ପରି ହାତ ଗଣତି କେତୋଟି ଦଳ ମୋଦୀଙ୍କ ପଥ ରୋକିବାକୁ ସଂଘର୍ଷ ଚଳାଇଛନ୍ତି । ମୋଦୀଙ୍କୁ ହରାଇବାକୁ ବିପକ୍ଷ ମହାମେଣ୍ଟ ମଧ୍ୟ ଠିକ୍ ଢଙ୍ଗରେ ରଣନୀତି ପ୍ରସ୍ତୁତ କରିପାରୁ ନାହିଁ । ଏଭଳି ସ୍ଥିତିରେ ବିଜେପି ଦେଶରେ ଅଲ୍ ଇନ୍ ୱାନ୍ ପାର୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ । କଂଗ୍ରେସ ବିଜେପିର ମୁକାବିଲା କରିବା ତ ଦୂରର କଥା, ଅଣ୍ଟା ସଳଖି ଠିଆ ହେବାକୁ ସମର୍ଥ ହେଉ ନାହିଁ ।

ତେବେ ଏପରି ସ୍ଥିତିରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ପିକେ କହିଛନ୍ତି ଯେ, ବିଜେପି ଆସନ୍ତା ୨୦-୩୦ ବର୍ଷ ପର୍ଯ୍ୟନ୍ତ ଭାରତରେ ଶାସନ କରିବ । ବିଜେପି ଏବେ ଦେଶରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ସମୟ ଥିଲା କଂଗ୍ରେସ ଦେଶର ଏକ ଶକ୍ତିଶାଳୀ ଦଳ ଥିଲା । ମାତ୍ର ଆଜି ସମୟ ବଦଳି ଯାଇଛି, କଂଗ୍ରେସ ପଛକୁ ଚାଲୁଥିବା ବେଳେ ବିଜେପି ଆଗକୁ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.