fbpx

ଗୁଳିମାଡ଼ ପରେ ଛୁରାମାଡ଼: କ୍ରାଇମ୍ ସିଟି ପାଲଟିଗଲା କି ପବିତ୍ର ପୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଶାନ୍ତ ହୋଇପଡ଼ିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ପୁରୀ । ଆଜି ଶ୍ରୀମନ୍ଦିର ସମ୍ମୁଖରେ ଗୁଳିମାଡ଼ ଘଟଣା ଘଟିବାର କେଇ ଘଣ୍ଟା ନ ପୂରୁଣୁ ପୁଣି ଦେଖିବାକୁ ମିଳିଛି ଛୁରାମାଡ଼ । ପୂର୍ବ ଶତ୍ରୁତାରୁ ଛୁରାମାଡ଼ କରାଯାଇଥିବା ଜଣାଡ଼ିଛି ।

ସଦ୍ୟ ରିପୋର୍ଟ ମୁତାବକ, ପୁରୀ ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଏହି ଆକ୍ରମଣରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଆଜି ପୁରୀ ଏମାର ମଠ ନିକଟସ୍ଥ କାକୁଡ଼ିଖାଇ ଛକ ନିକଟରେ ଜଣେ ଯୁବକଙ୍କୁ ଫାୟାରିଂ ହୋଇଥିଲା । ଏହି ଗୁଳିମାଡ଼ରେ ତଳୁଚ୍ଛ ସାହିର ଶିବରାମ ପାତ୍ର ନାମକ ଜଣେ ଯୁବକ ପ୍ରାଣ ହରାଇଥିଲେ । ଏହି ଘଟଣାରେ ପୋଲିସ ଚନ୍ଦନ ବାରିକ ନାମକ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା । ଗତ ମାର୍ଚ୍ଚ ମାସ ୧୬ ତାରିଖରେ ମଧ୍ୟ ଗୁଳିମାଡ଼ରେ ପୁରୀର ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.