fbpx

ଡବଲ ରୋଲ ଭୂମିକାରେ କରିଛନ୍ତି ଦମଦାର ଅଭିନୟ, ଦେଖିଛନ୍ତି କି’ ଅମିତାଭଙ୍କ ଏହି ଫିଲ୍ମ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲିଉଡର ଅନେକ ଦିଗ୍ଗଜ କଳାକାର ଦିଲୀପ କୁମାର, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ୍ ଏବଂ ରିତିକ୍ ରୋଶନଙ୍କ ଭଳି କଳାକାର ଯେଉଁମାନେ ଅନେକ ଫିଲ୍ମରେ ଡବଲ ରୋଲ ନିଭାଇଛନ୍ତି । ୮୦ ଏବଂ ୯୦ ଦଶକର ଫିଲ୍ମରେ ‘ଡବଲ ରୋଲ୍’  ଫର୍ମୁଲା ଖୁବ୍ ଲୋକପ୍ରିୟ ମଧ୍ୟ ଥିଲା । ଖୁବଶୀଘ୍ର ରୋହିତ ଶେଟ୍ଟୀ ମଧ୍ୟ ତାଙ୍କ ନୂଆ ଫିଲ୍ମ ‘ସର୍କସ’ ରେ ଡବଲ ରୋଲ୍ ଫର୍ମୁଲା ଆପଣାଇବାକୁ ଯାଉଛନ୍ତି । ଫିଲ୍ମରେ ରଣବୀର ସିଂହଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିବ । ଆଉ ଦର୍ଶକଙ୍କୁ ଅନେକ ସମୟ ପରେ ଦର୍ଶକଙ୍କୁ ‘ଡବଲ ରୋଲ୍’ ର ମଜା ଦେଖିବାକୁ ମିଳିବ ।

କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ ବଲିଉଡରେ ସବୁଠୁ ଅଧିକ ଫିଲ୍ମରେ ‘ଡବଲ ରୋଲ’ରେ କେଉଁ କଳାକାର ନଜର ଆସିଛନ୍ତି? ଯଦି ନା, ତେବେ ଆଜି ଆମେ ଆପଣଙ୍କୁ ବଲିଉଡର ସବଠୁ ଅଧିକ ଡବଲ ରୋଲ କରିଥିବା କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ।

ଅମିତାଭ ବଚ୍ଚନ ବଲିଉଡର ସବୁଠୁ ଲୋକପ୍ରିୟ କଳାକାର । ହଁ, ଅମିତାଭ ବଚ୍ଚନ ବଲିଉଡ ଫିଲ୍ମରେ ସବୁଠୁ ଅଧିକ ‘ଡବଲ ରୋଲ୍’ କରିଥିବା ହିରୋ । ସେ ୧୩ ଟି ଫିଲ୍ମରେ ଡବଲ ରୋଲ୍ ଭୂମିକା ନିଭାଇଛନ୍ତି । ବିଗ୍ ବି ୮୦-୯୦ ଦଶକରେ ଡବଲ ରୋଲ ଫିଲ୍ମ ପାଇଁ ଖୁବ୍ ଲୋକପ୍ରିୟ ଥିଲେ । ଏହି ସମୟରେ ସେ କେବଳ ହିରୋ ଚରିତ୍ରରେ ନୁହେଁ ଅନେକ ଫିଲ୍ମରେ ଭାଇ, ପ୍ରେମୀ, ବାପା, ପୁଅ, ଡନ୍, ସ୍ମଗଲର, ଚୋର, ସିପାହୀ ଭଳି ଚରିତ୍ରରେ ଡବଲ ରୋଲ୍ କରିଛନ୍ତି । ଅମିତାଭ ବଚ୍ଚନ ଉଭୟ ହିରୋ ଏବଂ ଭିଲେନ୍ ରେ ନିଜର ନିଖୁଣ କଳାକାରୀ ଦେଖାଇ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଛନ୍ତି ।

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିଜ ଫିଲ୍ମ କ୍ୟାରିୟରରେ ଏମିତି ଅନେକ ଫିଲ୍ମ କରିଛନ୍ତି ଯେଉଁଥିରେ ସେ ହିରୋ ସହ ଭିଲେନ୍ ଚରିତ୍ରରେ ମଧ୍ୟ ନଜର ଆସିଥିଲେ । ଯେଉଁଥିରେ ‘ସତ୍ତେ ପେ ସତ୍ତା’, ‘ବନେ୍ଧ ହାଥ୍’, ‘ଦ ଗ୍ରେଟ୍ ଗ୍ୟାମ୍ବଲର୍’, ‘ଡନ୍’ ଏବଂ ‘ବଡ଼େ ମିଆଁ ଛୋଟେ ମିଆଁ’ ଫିଲ୍ମ ରହିଛି । ଏହି ଫିଲ୍ମରେ ଦର୍ଶକଙ୍କୁ ବିଗ୍ ବିଙ୍କୁ ଦୁଇଟି ଅଲଗା ଅଲଗା ଚରିତ୍ରରେ ଦେଖିବାକୁ ମିଳିଥିଲା । ଦର୍ଶକ ଉଭୟ ଚରିତ୍ରକୁ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଗୋବିନ୍ଦା ମଧ୍ୟ ଡବଲ ରୋଲ୍ ନିଭାଇ ଥିଲେ । ଅମିତାଭ ବଚ୍ଚନ ‘କସ୍ମେ ୱାଦେ’ ଫିଲ୍ମରେ ଦୁଇଟି ଅଲଗା ଅଲଗା ସମୟର ପ୍ରେମିକ ଚରିତ୍ରରେ ନଜର ଆସିଥିଲେ । ସେହିଭଳି ଅମିତାଭ ‘ବେମିସାଲ’ ଫିଲ୍ମରେ ଡବଲ ରୋଲରେ ନଜର ଆସିଥିଲେ । ତେବେ ୮୦ ଦଶକରେ ‘ଡବଲ ରୋଲ’ ଫିଲ୍ମରେ ଯାଆଁଳା ଭାଇ ଫର୍ମୁଲା ଅଧିକ ଲୋକପ୍ରିୟ ଥିଲା । ଏହି ସମୟରେ ଅମିତାଭ ବଚ୍ଚନ ‘ମହାନ’ ‘ତୁଫାନ’ ଫିଲ୍ମରେ ଭାଇ-ଭାଇ ଚରିତ୍ରରେ ନଜର ଆସିଥିଲେ ।

ଅମିତାଭ ଡବଲ ରୋଲ୍ ରେ କେବଳ  ‘ଡନ୍’, ‘ସ୍ମଗଲର’, ‘ଚୋର’, ‘ସିପାହୀ’ ଚରିତ୍ର କରିନାହଁନ୍ତି, ବରଂ ପିତା-ପୁତ୍ର ଚରିତ୍ରରେ ମଧ୍ୟ ନଜର ଆସିଛନ୍ତି । ଯେଉଁଥିରେ ‘ଅଦାଲତ’, ‘ଦେଶ ପ୍ରେମୀ’, ‘ଆଖରି ରାସ୍ତା’, ‘ଲାଲ ବାଦଶାହା’ ଏବଂ ‘ସୂର୍ଯ୍ୟବଂଶମ’ ଭଳି ଫିଲ୍ମ ସାମିଲ ରହିଛି । ଯେଉଁଥିରେ ଅମିତାଭ ବଚ୍ଚନଙ୍କ ପିତା ଏବଂ ପୁତ୍ରର ଉଭୟ ରୋଲ୍ ନିଭାଇଛନ୍ତି ।

ତେବେ ଏଥିରୁ ଆପଣଙ୍କୁ ଅମିତାଭଙ୍କ ଦ୍ୱାରା ଅଭିନୀତ କେଉଁ ଫିଲ୍ମ ସବୁଠୁ ପସନ୍ଦ? କମେଣ୍ଟ୍ସରେ ଜଣାନ୍ତୁ ।

Get real time updates directly on you device, subscribe now.