fbpx

ବିମାନ ଉଡାଣ ସମୟରେ ରୋମାନ୍ସ କରୁଥିଲେ ଦୁଇ ପାଇଲଟ: ତାପରେ ଘଟିଗଲା କିଛି ଏମିତି

ନୂଆଦିଲ୍ଲୀ: ବିମାନ ଉଡାଣ ସମୟରେ କିଛି ଅଦ୍ଭୁତ ପ୍ରକାର କାରନାମା କରିଛନ୍ତି ଦୁଇ ପାଇଲଟ । ବିମାନ ଭିତରେ ହିଁ ଉଭୟ ରୋମାନ୍ସ କରିବା ଆରମ୍ଭ କରି ଦେଇଥିଲେ । ପ୍ଲେନର କୋକପିଟରେ ଉଭୟ ଯୋଡି ସମ୍ବନ୍ଧ ରଖୁଥିଲେ । କିନ୍ତୁ ଏହି ସମ୍ପର୍କ ଉଭୟଙ୍କ ଉପରେ ଖୁବ ଭାରି ପଡିଛି । ବିମାନ ଉଡାଣ ସମୟରେ ରୋମାନ୍ସ କରିବା ଦୁଇ ପାଇଲଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ଏମିତି ଏକ ମାମଲା ସାମନାକୁ ଆସିଛି ଋଷରୁ । ପ୍ଲେନରେେ ଅଟୋପାଇଲଟ ମୋଡ ଆକ୍ଟିଭ କରି ରୋମାନ୍ସରେ ମଜ୍ଜି ଯାଇଥିଲେ ଦୁଇ ପାଇଲଟ । ଜଣେ ବିବାହିତ ପାଇଲଟ ଏବଂ ତାଙ୍କ ଟ୍ରେନି ପାଇଲଟ ବିମାନ ଉଡୁଥିବା ସମୟରେ ହିଁ ରୋମାନ୍ସ କରୁଥିଲେ । ତେବେ ଏହାରଏକ ଭିଡିଓ ଅନଲାଇନରେ ଭାଇରାଲ ହେବା ପରେ ସୈସୋବୋ ଫ୍ଲାଇଟ ସ୍କୁଲ ଉଭୟଙ୍କୁ ବାହାର କରି ଦେଇଥିବା ଜଣାଯାଇଛି ।

Getty Images

ସୂଚନା ଅନୁସାରେ, ୨୮ ବର୍ଷର ଜଣେ ବିବାହିତ ପାଇଲଟ ଏକ୍ସଟ୍ରା କ୍ଲାସ ବଦଳରେ ରୋମାନ୍ସ କରିବା ପାଇଁ ନିଜ ୨୧ ବର୍ଷୀୟା ମହିଳା ଟ୍ରେନିଙ୍କୁ ରାଜି କରାଇ ନେଇଥିଲେ । ପ୍ରଥମେ ଟ୍ରେନି ଜଣକ ମନା କରୁଥିଲେ ବି ଏକ୍ସଟ୍ରା ଟ୍ୟୁସନ ଅଫରରେ ସେ ରାଜି ହୋଇଯାଇଥିଲେ । ଉଭୟ ଏୟାରକ୍ରାଫ୍ଟରେ ପ୍ଲେନକୁ ଅଟୋପାଇଲଟ ମୋଡ କରି କୋକପିଟରେ ରୋମାନ୍ସ କରୁଥିଲେ । କିନ୍ତୁ ଏହାର ଭିଡିଓ ଭାଇରାଲ ହେବା ପରେ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ତେବେ ଟ୍ରେନିଭ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ଉଭୟ କେବଳ ହଗ ଏବଂ କିସ କରିଛନ୍ତି । ଏହା ପ୍ରଥମ ଥର ପାଇଁ ହୋଇଛି ଏବଂ ଆଗକୁ ଏହି ଭୁଲର ପୁନରାବୃତ୍ତି ହେବ ନାହିଁ ବୋଲି ଉଭୟ ସୁପାରିଶ କରିଛନ୍ତି । ତେବେ ମହିଳା ଟ୍ରେନିଙ୍କଠାରୁ ପ୍ରତିଶୋଧ ନେବା ପାଇଁ ସାଥୀ କ୍ୟାଡେଟ ଏହି ଭିଡିଓ ଭାଇରାଲ କରିଥିବା ଜଣାପଡିଛି ।

Get real time updates directly on you device, subscribe now.