fbpx

ଧୋନୀଙ୍କ ସହ ପନ୍ତଙ୍କୁ ତୁଳନା କରିବା ଭୁଲ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଙ୍କୁ ମିଳିଲା ବିସିସିଆଇ ଅଧ୍ୟକ୍ଷଙ୍କ ସପୋର୍ଟ

ନୂଆଦିଲ୍ଲୀ: ଚଳିତ IPL ସିଜନରେ ନିରାଶ କରିଛନ୍ତି ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ବ୍ୟାଟରେ ଫେଲ ମାରିଥିବା ପନ୍ତ ଅଧିନାୟକତ୍ୱରେ ମଧ୍ୟ ସେତେଟା ପ୍ରଭାବ ପକାଇ ପାରିନାହାନ୍ତି । ତେବେ ତାଙ୍କୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ତୁଳନା କରିବାକୁ ନେଇ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

IPL 2022: Axar Patel spills the beans on Rishabh Pant's funny antics, says he makes 'weird noises' out of boredom - Firstcricket News, Firstpost

IPLରେ ପନ୍ତଙ୍କ ବ୍ୟାଟିଂ ଏବଂ ୱିକେଟ ପଛରେ ନେଉଥିବା ଡିଆରଏସ ଉପରେ ଅନେକ ଚର୍ଚ୍ଚା ହେଉଥିବା ବେଳେ ଗାଙ୍ଗୁଲି ତାଙ୍କୁ ସମର୍ଥନ କରିଛନ୍ତି । ଏହା ସହିତ ଧୋନୀଙ୍କ ସହ ପନ୍ତଙ୍କୁ ତୁଳନା କରିବା ଅନୁଚିତ ବୋଲି ସେ ମତ ରଖିଛନ୍ତି । ଅନେକ ଥର ସେ ନେଇଥିବା ଡିଆରଏସ ଭୁଲ ବୋଲି ପ୍ରମାଣିତ ହୋଇଛି । କିନ୍ତୁ ଏହି ସମୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କ ସପକ୍ଷରେ ଏକ ବଡ ମନ୍ତବ୍ୟ ଦେଇଛନ୍ତି ।

Everyday, you don't get MS Dhoni': Sourav Ganguly on wicketkeeper's future and pressure on Rishabh Pant

ଅଧିନାୟକ ଭାବେ ଧୋନୀଙ୍କ ନିକଟରେ ୫୦୦ରୁ ଅଧିକ ମ୍ୟାଚର ଅଭିଜ୍ଞତା ରହିଛି । କିନ୍ତୁ ପନ୍ତ ଏବେ ପର୍ଯ୍ୟନ୍ତ ମାତ୍ର ୩୦ ଟେଷ୍ଟ, ୨୪ ଦିନିକିଆ ଏବଂ ୪୩ଟି-୨୦ ମ୍ୟାଚ ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି । ତେଣୁ ଧୋନୀଙ୍କୁ ଏବଂ ପନ୍ତଙ୍କୁ ତୁଳନା କରିବା ଉଚିତ ନୁହେଁ ବୋଲି କହିଛନ୍ତି ଗାଙ୍ଗୁଲି । ସେପଟେ ଏହି ସିଜନରେ ପନ୍ତଙ୍କ ବ୍ୟାଟ ମଧ୍ୟ ଶାନ୍ତ ରହିଛି । ୧୪ ମ୍ୟାଚରୁ ମାତ୍ର ୩୪୦ ରନ କରିବାରେ ସକ୍ଷମ ହୋଇଛନ୍ତି ପନ୍ତ । ଫଳରେ ଦଳ ଲିଗ ଷ୍ଟେଜରୁ ହିଁ ବାଦ ପଡିଛି ।

Get real time updates directly on you device, subscribe now.