fbpx

ବଟଲରଙ୍କ ଆଉ ଏକ ଧୂଆଁଧାର ପାଳି: ଫାଇନାଲ ମ୍ୟାଚରୁ ୧୮୯ ରନ ଦୂରରେ ଗୁଜୁରାଟ ଟାଇଟନ୍ସ

କୋଲକାତା: କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଚଳିତ ସିଜନର ପ୍ରଥମ କ୍ୱାଲିଫାୟାର ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟନ୍ସକୁ ୧୮୯ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ ରୋୟଲ୍ସ । ଜୋସ ବଟଲରଙ୍କ ଦମଦାର ଅର୍ଦ୍ଧଶତକ ସହିତ ସଞ୍ଜୁ ସାମସନଙ୍କ ପାଳି ଫଳରେ ଏହି ସ୍କୋର ସମ୍ଭବ ହୋଇପାରିଛି । ୫୬ ବଲରେ ୮୯ ରନର ଇନିଂସ ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି ଜୋସ ବଟଲର ।

Jos Buttler and Sanju Samson shared in a 48-run partnership | ESPNcricinfo.com

ଜୋସ ବଟଲର ଏବଂ ଯଶସ୍ୱୀ ଜଏସ୍ୱାଲ ପାଳି ଆରମ୍ଭ କରିଥିଲେ । କିନ୍ତୁ ଦ୍ୱିତୀୟ ଓଭରରେ ୟଶ ଦୟାଲଙ୍କ ଶିକାର ହୋଇଯାଇଥିଲେ ୩ ରନ କରି ଖେଳୁଥିବା ଜଏସ୍ୱାଲ । ଏହାପରେ ଅଧିନାୟକ ସଞ୍ଜୁ ସାମସନ ଏବଂ ଜୋସ ବଟଲର ଦଳ ପାଇଁ ଏକ ଜବରଦସ୍ତ ଭାଗିଦାରୀ ସୃଷ୍ଟି କରିଥିଲେ । ମ୍ୟାଚକୁ ଆଗେଇ ନେଇଥିଲେ ଉଭୟ ଖେଳାଳି । ଉଭୟ ପଟରୁ ଗୁଜୁରାଟ ଉପରେ ଭାରୀ ପଡିଥିଲା ରାଜସ୍ଥାନ । କିନ୍ତୁ ଦଶମ ଓଭରରେ ନିଜ ୱିକେଟ ହରାଇଥିଲେ ସଞ୍ଜୁ । ୨୬ ବଲରୁ ୩ ଛକା ଏବଂ ୫ ଚୌକା ସହ ୪୭ ରନ କରି ପାଭିଲିୟନ ଫେରିଥିଲେ । ଦେବଦତ୍ତ ପାଡିକ୍କଲ ମଧ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମାତ୍ର ୨୮ ରନ କରି ପାଣ୍ଡ୍ୟାଙ୍କ ଶିକାର ପାଲଟିଥିଲେ ପାଡିକ୍କଲ । ଗୋଟିଏ ପଟେ ଦଳ ୱିକେଟ ହରାଉଥିବା ବେଳେ ଅନ୍ୟ ପଟେ ଏକାକୀ ଲଢୁଥିଲେ ବଟଲର । ଶେଷ ଓଭରରେ ୫୬ ବଲରୁ ୨ଟି ଛକା ଏବଂ ୧୨ ଟି ଚୌକା ସହାୟତାରେ ବଟଲର ୮୯ ରନର ବିସ୍ଫୋରକ ଇନିଂସ ଖେଲିଥିଲେ । ତାଙ୍କର ଏହି ପାଳି ଫଳରେ ରାଜସ୍ଥାନ ୧୮୮ ରନ ସଂଗ୍ରହ କରି ପାରିଛି ।

 

ଅନ୍ୟ ପଟରେ ଗୁଜୁରାଟ ପକ୍ଷରୁ ୪ ଜଣ ବୋଲର ଗୋଟିଏ ଲେଖାଏଁ ୱିକେଯ ହାସଲ କରିଛନ୍ତି । ମହମ୍ମଦ ସାମୀ, ୟଶ ଦୟାଲ, ସାଇ କିଶୋର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତେ ଗୋଟିଏ ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି । ତେବେ ମ୍ୟାଚ ଶେଷ ସୁଦ୍ଧା ଗୁଜୁରାଟ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରହିଛି । ଏହାକୁ ହାସଲ କରି ପାରିଲେ ସିଧା ଫାଇନାଲରେ ପହଞ୍ଚି ପାରିବ ହାର୍ଦ୍ଦିକଙ୍କ ଟିମ ।

Get real time updates directly on you device, subscribe now.