fbpx

ଶ୍ରୀମନ୍ଦିର ଆଗରେ ଗର୍ଜିଲା ଗୁଳି, ଜଣେ ମୃତ, ଜଣେ ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରୁ ଏକ ଭୟଙ୍କର ତାଜା ଅପଡେଟ୍ ଆସିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରେ ହୋଇଛି ଗୁଳିମାଡ଼ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଯୁବକ ୨ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ପୂର୍ବରୁ ଶତ୍ରୁତାର ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ମୁତାବକ, ପୁରୀ ଏମାର ମଠ ନିକଟସ୍ଥ କାକୁଡ଼ିଖାଇ ଛକ ନିକଟରେ ଏହି ଫାୟାରିଂ ହୋଇଥିଲା । ଗୁଳିମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତଳୁଚ୍ଛ ସାହିର ଶିବରାମ ପାତ୍ର । ପୋଲିସ ଏହି ଘଟଣାରେ ଚନ୍ଦନ ବାରିକ ନମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଭିଯୁକ୍ତଙ୍କଠାରୁ ମାରଣାସ୍ତ୍ର ଜବତ ହୋଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୧୬ ତାରିଖରେ ପୂର୍ବ ଶତ୍ରୁତା କାରଣରୁ ପୁରୀରେ ମଧ୍ୟ ଗୁଳିମାଡ଼ ହେଇଥିଲା । ପୁରୀ ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ୪ ଅଭିଯୁକ୍ତ ଟୁଟୁ,ହରି ପଣ୍ଡା, କୁନମୁନି ଓ ଜଗନ ଖଟେଇଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.