fbpx

(Video) ଭୋଟ ଗଣନା ଆଗରୁ ଜିତିଗଲା BJP: ଭୋଟ ଗଣନା ପୂର୍ବରୁ ବାଜିମାତ୍ କଲେଣି ମୋଦୀ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନୀ କସରତରେ ଆଜି ପ୍ରାର୍ଥୀଙ୍କ ଅଗ୍ନିପରୀକ୍ଷା । ସାରା ଦେଶରେ ଆଜି ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ଶୁଭ ଖବର ପାଇଛି ବିଜେପି । ରାଜନୈତିକ ମ୍ୟାଚ ପୂର୍ବରୁ ଟସ୍ ସମୟରେ ହିଁ ବିଜେପି ବାଜିମାତ୍ କରି ନେଇଛି । ୨୦୨୪ ଲୋକସଭା ଲଢେଇରେ ପୁଣିଥରେ ପଦ୍ମ ଫୁଟିଛି । ମୋଦୀଙ୍କ ଜଲୱାରେ ଭୋଟ ଗଣତି ପୂର୍ବରୁ ବିଜେପି ଗୋଟିଏ ଆସନରେ କବଜା କରିଛି । ଗୁଜରାଟର ସୁରଟରେ ବିଜେପି ଭୋଟ ଗଣତି ପୂର୍ବରୁ ଲୋକସଭା ସିଟ୍ ଉପରେ ବିଜୟ ହାସଲ କରିଛି । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ କାରଜ ହୋଇଥିବାରୁ ଏହି ସିଟରେ ବିଜେପି ଆଗୁଆ ବିଜୟୀ ହୋଇଛି ।

ଭୋଟ ଗଣନା ପୂର୍ବରୁ ପ୍ରଥମ ବିଜୟ ହାସଲ କରିଛି ବିଜେପି । ସୁରଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେଇଯିବା ପରେ ଆଉ ୯ ଜଣ ପ୍ରାର୍ଥୀ ମଧ୍ୟ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏହି ଆସନ ପାଇଁ ବିଜେପି ତରଫରୁ ମୁକେଶ ଦଲାଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ୧୦ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ରାଜନେୀତି ଇତିହାସରେ ପ୍ରଥମ ଥର ପାଇଁ ନାମାଙ୍କ ଭରିବା ପରେ ୯ ଜଣ ପ୍ରାର୍ତୀ ନାମାଙ୍କନ ପତ୍ର ଫେରାଇ ନେଇଥିଲେ । ଏହାବ୍ୟତୀତ ନିର୍ବାଚନ ସମୟରେ ସୁରଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନିଙ୍କ ନାମାଙ୍କନ ପତ୍ର ଖାରଜ କରାଯାଇଥିଲା । ନାମାଙ୍କନ ପତ୍ର ଦାଖଲ ସମୟରେ କୁମ୍ଭାନୀଙ୍କ ତିନି ଜଣ ପ୍ରସ୍ତାବକଙ୍କ ମଧ୍ୟରୁ ଜଣେ ବି ଉପସ୍ଥିତ ନଥିଲେ । ତେଣୁ ନିର୍ବାଚନ ଅଧିକାରୀ ନୀଲେଶ କୁମ୍ଭାନୀଙ୍କ ନାମାଙ୍କନ ପତ୍ର ଖାରଜ କରିଥିଲେ । ଫଳରେ ଏହି ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ବିଜୟ ହାସଲ କରିଛନ୍ତି । ଭୋଟ ଗଣତି ପ୍ରକ୍ରିୟା ଏବେ ଆରମ୍ଭ ହେଉଥିବା ବେଳେ ବିଜେପି ଏହାପୂର୍ବରୁ ହିଁ ବିଜେପି ଆଗେଇ ଯାଇଛି ।

କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନୀଙ୍କ ତିନି ଜଣ ପ୍ରସ୍ତାବକଙ୍କ ଦସ୍ତଖତକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା । ଅନ୍ୟପକ୍ଷରେ କଂଗ୍ରେସ କୁମ୍ଭାନୀଙ୍କ ନାମାଙ୍କନ ପତ୍ର ଖାରଜ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି । କଂଗ୍ରେସ କହିଛି ଯେ, ସରକାରଙ୍କ ପ୍ରାର୍ଥୀ ଧମକାଇ ଭୟଭୀତ କରିଛନ୍ତିି । କଂଗ୍ରେସ ନେତା ତଥା ଓକିଲ ବାବୁ ମାଙ୍ଗୁକିୟା ଅଭିଯୋଗ କରି କହିଛନ୍ତି, ଆମର ତିନିଜଣ ପ୍ରସ୍ତାବକଙ୍କୁ ଅପହରଣ କରାଯାଇଛି । ନିର୍ବାଚନ ଅଧିକାରୀ ଫର୍ମରେ ଦସ୍ତଖତ ହୋଇଛି କି ନାହିଁ ଯାଞ୍ଚ୍ କରିବା ବଦଳରେ ଅପହରଣ ସମ୍ପର୍କରେ ତଦନ୍ତ କରିବା ଉଚିତ । ଦସ୍ତଖତ ଟାଲି ନ କରି ଫର୍ମ ରଦ୍ଦ କରିବା ଭୁଲ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.