fbpx
BJD
BJD SKY
BJD SKY

AIMIM ଆଉ ତାଲିବାନ ସମାନ: ରବି ଗୋଟେ ଛୋଟ ଛୁଆ, କିଛି ଜାଣିନି

BJD

ନୂଆଦିଲ୍ଲୀ: ତାଲିବାନ ସହିତ ଅସଦ୍ଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମ୍ଆଇଏମକୁ ତୁଳନା କରିଛନ୍ତି ବିଜେପି ନେତା ସିଟି ରବି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ମଙ୍ଗଳବାର ଏହି ବିବାଦୀୟ ବୟାନ ଦେବା ସହିତ ଏଆଇଏମଆଇଏମ ଏବଂ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆକୁ ତାଲିବାନ ବୋଲି କହିଛନ୍ତି । ଏଆଇଏମ୍ଆଇଏମ ହେଉଛି କର୍ଣ୍ଣାଟକର ତାଲିବାନ । କାଲବର୍ଗୀ କେବେବି ତାଲିବାନୀ ମାନଙ୍କୁ ସୁଯୋଗ ଦେବ ନାହିଁ ବୋଲି ରବି କହିଛନ୍ତି । କାଲବର୍ଗୀରେ ନିଜ ଦଳର ନିର୍ବାଚନ ପ୍ରଚାର ସମୟରେ ରବି ଏଭଳି ମନ୍ତବ୍ୟ ଦେଇଥିଲେ । ବିଜେପି ନେତା ନାରାୟଣ ରାଣେଙ୍କ ଗିରଫଦାରୀକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସମାଲୋଚନା କରିଥିଲେ ।

ଅସଦ୍ଦୁଦ୍ଦିନ ଓୱେସୀ ସିଟି ରବିଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି । ରବି ଗୋଟିଏ ଛୋଟ ପିଲା ଆନ୍ତର୍ଜାତୀୟ ରାଜନୀତି ସମ୍ପର୍କରେ ତାଙ୍କୁ କିଛି ଜଣା ନାହିଁ ବୋଲି କହିଛନ୍ତି ଓୱେସୀ । ରବିଙ୍କ ନେତା ମୋଦୀ ଆଫଗାନିସ୍ତାନରେ ୩ ବିଲିୟନ ଡଲାର ଅର୍ଥ ଖର୍ଚ୍ଚ କରିଛନ୍ତି । ଏପରିକି ଏଯାଏଁ ଆଫଗାନିସ୍ତାନ ବିରୋଧରେ ମୋଦୀ ପଦୁଟିଏ ମଧ୍ୟ କହିନାହାନ୍ତି ବୋଲି ଓୱେସୀ କହିଛନ୍ତି ।

Get real time updates directly on you device, subscribe now.