fbpx

ବଙ୍ଗାଳୀ ଅଭିନେତ୍ରୀଙ୍କୁ ଲୋଲୁପ ଦୃଷ୍ଟି; ଆମାର ସାଥ ରାତ କାଟତେ ହୋବେ

ନୂଆଦିଲ୍ଲୀ: ଆଉ ଜଣେ ଅଭିନେତ୍ରୀଙ୍କୁ ସାଇବର ବୁଲିଙ୍ଗର ଶିକାର ହେବାକୁ ପଡିଛି । ଫିଲ୍ମ ପାଇଁ ତାଙ୍କ ସହିତ ଏକ ରାତି ଶୋଇବାକୁ ପଡିବ ବୋଲି ବେଙ୍ଗଲୀ ଅଭିନେତ୍ରୀ ପାୟଲ ସରକାରଙ୍କୁ ମେସେଜ ଆସିଥିଲା । ରବି କିନ୍ନାଗୀଙ୍କ ଏକ ଫେକ ଆଇଡିରୁ ପାୟଲଙ୍କୁ ଏହି ଅନୁରୋଧ ଆସିଥିଲା । ରବି କିନାଗୀଙ୍କ ନାମରେ ଥିବା ଏହି ଆକାଉଣ୍ଟଟି ଫେକ ବୋଲି ମଧ୍ୟ କୁହାଯାଇଛି ।

ମେସେଜରେ ପାୟଲଙ୍କୁ ଏକ ଫିଲ୍ମରେ ନେବା ପାଇଁ କହିଥିଲେ । ଏହାର ପ୍ରତିବଦଳରେ ତାଙ୍କୁ ଗୋଟିଏ ରାତି ତାଙ୍କ ସହିତ ବିତାଇବାକୁ ପଡିବ ବୋଲି ଲେଖା ଯାଇଥିଲା । ଏହାର ସ୍କ୍ରିନଶଟ ନେଇ ପାୟଲ ନିଜ ଫେସବୁକରେ ପୋଷ୍ଟ କରିଥିବା ବେଳେ ଅଭିଯୋଗ ପାଇଁ ସାଇବର କ୍ରାଇମ ବିଭାଗକୁ ସମ୍ପର୍କ କରିଛନ୍ତି କିନାଗୀ ।

Get real time updates directly on you device, subscribe now.