fbpx
BJD
BJD SKY
BJD SKY

ତ୍ରିପୁରା ନଗର ନିଗମ ନିର୍ବାଚନରେ ବିଜେପିର ବାଜିମାତ୍, ମାଟି କାମୁଡିଲା ଟିଏମସି, ସିପିଆଇ ଓ ସିପିଏମ

ଅଗରତାଲା : ତ୍ରିପୁରା ନଗର ନିଗମ ନିର୍ବାଚନରେ ବାଜି ମାରିଲା ବିଜେପି। ଆଉ ସେପଟେ ମାଟି କାମୁଡିଛନ୍ତି ଟିଏମସି, ସିପିଆଇ ଓ ସିପିଏମ। ୫୧ ସଦସ୍ୟ ବିଶିଷ୍ଟ ଅଗରତାଲା ନଗର ନିଗମର ସମସ୍ତ ଆସନ ପୋଛି ନେଇଥିବା ବିଜେପି ରାଜ୍ୟରେ ଅନ୍ୟ ସହରର ସ୍ଥାନୀୟ ନିର୍ବାଚନରେ ମଧ୍ୟ ବିପୁଳ ପରିମାଣରେ ବିଜୟ ହାସଲ କରିଛି। ବିରୋଧୀ ଟିଏମସି ଓ ସିପିଆଇ-ଏମ ଅଗରତାଲା ନଗର ନିଗମ ନିର୍ବାଚନରେ ଖାତା ମଧ୍ୟ ଖୋଲି ପାରି ନାହାନ୍ତି।

ବିଜେପି ଅଗରତାଲା ନଗର ନିଗମର ସମସ୍ତ ୩୩୪ ସିଟ୍, ୧୩ ନଗର ନିଗମ ଏବଂ ରାଜୟର ଛଅ ନଗର ପଞ୍ଚାୟତରେ ପ୍ରାର୍ଥୀ ଦେଇଥିଲା। ବିଜେପି ୧୧୨ ସିଟରେ ନିର୍ଦ୍ଵନ୍ଦ୍ଵରେ ବିଜୟ ହାସଲ କରିଥିବା ବେଳେ ବାକି ୨୨୨ ଆସନରେ ନଭେମ୍ବର ୨୫ରେ ମତଦାନ ହୋଇଥିଲା। ରବିବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜେପି ବିପୁଳ ପରିମାଣରେ ବିଜୟ ହାସଲ କରିଥିବା ବେଳେ ଟିଏମସିକୁ ଶକ୍ତ ଧକ୍କା ଲାଗିଛି।

ସୂଚନାଯୋଗ୍ୟ, ଗତ କିଛି ଦିନରେ କ୍ଷମତାସୀନ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଲଢେଇ ଚରମରେ ଥିଲା। ଗୋଟିଏ ବିଜେପି ନିଜର ଅସ୍ଥିତ୍ଵ ବଞ୍ଚାଇବାକୁ ଲଢୁଥିବା ବେଳେ ଟିଏମସି ତ୍ରିପୁରାରେ ନିଜର ସ୍ଥିତି ଜାହିର କରିବାକୁ ଲାଗି ପଡିଥିଲା। ଏହା ପୂର୍ବରୁ ୨୦୧୮ରେ ସିପିଆଇ-ଏମକୁ ହରାଇ ବିପ୍ଳବ କୁମାର ଦେବଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ କରିଛି। ଏଥର ଟିଏମସିକୁ ହରାଇବାରେ ବିପ୍ଳବ ସରକାର ସଫଳ ହୋଇଛି।

Get real time updates directly on you device, subscribe now.