fbpx

ତପସ୍ୱିନୀ ପରେ ଝୁନୁ: ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ଧାରଣାରେ ପ୍ରେମିକା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ତପସ୍ୱନୀଙ୍କ ପରେ ଝୁନୁ, ସେହି ସମାନ ପ୍ରସଙ୍ଗ ଓ ସମାନ୍ ଅଭିଯୋଗ । ଆଉ ସମାନ ଢ଼ଙ୍ଗରେ ନ୍ୟାୟ ପାଇଁ ଅଡିବସିଛନ୍ତି ପ୍ରେମିକଙ୍କ ଘର ବାରଣ୍ଡାରେ । ଗୋଟିଏ ପଟେ ରାଜ୍ୟରେ ତପସ୍ୱନୀ ଦାସଙ୍କୁ ନେଇ କୁହୁଳୁଥିବା ନିଆଁ ନଲିଭୁଣୁ ଝୁନୁଙ୍କୁ ନାୟକଙ୍କୁ ନେଇ ଉଠିଛି ଝଡ । ପ୍ରଥମେ ବନ୍ଧୁତ୍ୱ ବନ୍ଧୁତ୍ୱରୁ ପ୍ରେମ ଆଉ ପ୍ରେମରୁ ଅନୈତିକ ସମ୍ପର୍କ ରଖିଲେ ଯୁବକ । ଆଉ ତାପରେ ପ୍ରତାରଣା ଦେଇ ଅନ୍ୟ ଜଣେ ମହିଳାଙ୍କୁ ବିବାହ କଲେ ପ୍ରତାରିତ ପ୍ରେମିକ । ତେବେ ଲୋକ ଲଜ୍ଜ୍ୟା ସହ ନପାରି ନ୍ୟାୟ ଦାବିରେ ପ୍ରେମିକର ଘର ବାରଣ୍ଡାରେ ଅଡି ବସିଛନ୍ତି ନିର୍ଯାତିତା ପ୍ରେମିକା । ଏଭଳି ଏକ ଖବର ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଶେରଗଡ଼ ତୋଟା ସାହିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ତୋଟା ସାହିର ଗଗନ ବଡତ୍ୟା ମିସ୍ତ୍ରୀ କାମ କରୁଥିବାବେଳେ ତାଙ୍କ ସହଯୋଗୀ ଝୁନୁ ନାୟକଙ୍କୁ ସହ ତାଙ୍କର ବନ୍ଧୁତା ହେଲା ଏହା ପରେ ତାହା ପ୍ରେମ ସମ୍ପର୍କ ରେ ପରିଣତ ହୋଇଯାଇଥିଲା ।
ଏପରିକି ୯ ବର୍ଷ ଧରି ବିବାହର ପ୍ରତିଶ୍ରୁତି ଦେଇ ଝୁନୁଙ୍କ ସହ ଗଗନ ଅନୈତିକ ସମ୍ପର୍କ ରଖି ଆସୁଥିଲେ । କିନ୍ତୁ ଶେଷର ଗଗନ ଝୁନୁଙ୍କୁ ନଜଣାଇ ଅନ୍ୟତ୍ର ବିବାହ କଲେ । ପରେ ଘଟଣା ସମ୍ପର୍କରେ ଜାଣି ଝୁନୁ ଥାନାର ଦ୍ୱାରସ୍ତ ହୋଇଥିଲେ । ସେଠାରେ କୌଣସି ସୁଫଳ ନମିଳିବାରୁ ଗଗନଙ୍କ ଘର ସାମ୍ନା ନ୍ୟାୟ ପାଇଁ ଅଡି ବସିଛନ୍ତି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ପାଇଁ ଝୁନୁକୁ ଥାନାକୁ ନେଇଛି । ସେପଟେ ନ୍ୟାୟ ପାଇଁ ଗଣମାଧ୍ୟମ ଆଗରେ ନେହୁରା ହୋଇଛନ୍ତି ଝୁନୁ ।

Get real time updates directly on you device, subscribe now.