fbpx

LICର ଏହି ପଲିସି ବହୁତ ଲାଭଦାୟକ, ବିନା ପ୍ରିମିୟମରେ ମିଳିବ ୧୦ ଲକ୍ଷ ପର୍ଯ୍ୟନ୍ତ କଭର ଏବଂ ପ୍ରତି ବର୍ଷ ବୋନସ

ନୂଆଦିଲ୍ଲୀ: ଜୀବନର କୌଣସି ଭରସା ନାହିଁ, ଆଜି ଜୀବନ ଅଛି ତ’ କାଲିକୁ ନାହିଁ । ଏମିତିରେ ପରିବାର ବିଷୟରେ ଭାବିବା ସମସ୍ତଙ୍କର ବଡ଼ ଦାୟିତ୍ୱ ପାଲଟିଯାଏ । ପରିବାରର ମୁଖିଆଙ୍କ ମୃତ୍ୟୁ ପରେ ପିଲାମାନେ କିପରି ଅସୁବିଧାର ସମ୍ମୁଖୀନ ନହେବେ ଏଥିପାଇଁ ଅନେକ ଲୋକ ଜୀବନ ବୀମା କରାଇଥାନ୍ତି । ଆଉ ବୀମା କହିଲେ ଲୋକମାନେ ସବୁଠାରୁ ଅଧିକ ଭରସା କରିଥାନ୍ତି ଏଲଆଇସି ଉପରେ । ଆଜି ଆମେ ଆପଣଙ୍କୁ ଏଲଆଇସିର ‘ନ୍ୟୁ ଜୀବନ ଆନନ୍ଦ’ ପଲିସି ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଆପଣଙ୍କ ପରିବାରକୁ କୌଣସିବି ପରିସ୍ଥିତିରୁ ମୁକୁଳାଇପାରିବେ ।

ଏହି ପଲିସି ହୋଲ ଲାଇଫ ଏଣ୍ଡୋମେଣ୍ଟ ପ୍ଲାନ ଅଟେ, ଯାହ ସଞ୍ଚୟ ଏବଂ ସୁରକ୍ଷା ଦେଇଥାଏ । ଏହି ଯୋଜନାରେ ଆପଣଙ୍କୁ ବୋନସ ମଧ୍ୟ ମିଳିଥାଏ । ଏହି ପଲିସିର ଖାସ କଥା ହେଉଛି ମ୍ୟାଚୁରିଟି ପରେ ମଧ୍ୟ ଜମାକର୍ତ୍ତାଙ୍କୁ ଜିନ୍ତା କରିବାର ନଥାଏ କାରଣ ରିସ୍କ କଭର ଚାଲୁ ରହିଥାଏ, ଏବଂ ଏକ ନିିର୍ଦ୍ଦିଷ୍ଟ ଅବଧି ପରେ ତାଙ୍କୁ କୌଣସି ପ୍ରିମିୟମ ଦେବାକୁ ପଡ଼ିନଥାଏ । ଏଥିରେ ପଲିସିଧାରକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମାଗଣା ରିସ୍କ କଭର ଦିଆଯାଇଥାଏ ।

ଧରିନିଅନ୍ତୁ ଆପଣଙ୍କୁ ୨୫ ବର୍ଷ ବୟସ ଏବଂ ଆପଣ ୨୫ ବର୍ଷ ପାଇଁ ଏଲଆଇସିର ଏହି ପଲିସିରୁ ୧୦ ଲକ୍ଷର କଭର କିଣିଛନ୍ତି । ଯେତେବେଳେ ଆପଣଙ୍କୁ ୫୦ ବର୍ଷ ହୋଇଯିବ ପଲିସି ମ୍ୟାଚ୍ୟୋର ହୋଇଯିବ । ଏହା ପରେ ଆପଣଙ୍କୁ କୌଣସି ପ୍ରିମିୟମ ଦେବାକୁ ପଡ଼ିବ ନାହିଁ, କିନ୍ତୁ ପଲିସି ସେ ପର୍ଯ୍ୟନ୍ତ ଚାଲିବ ଯେପର୍ଯ୍ୟନ୍ତ ଆପଣ ଜୀବିତ ଅଛନ୍ତି । ଅର୍ଥାତ ୧୦ ଲକ୍ଷର କଭର ଆପଣଙ୍କୁ ସେ ପର୍ଯ୍ୟନ୍ତ ମିଳିବ । ଯଦି ପଲିସି ଟର୍ମ ମଧ୍ୟରେ ପଲିସିଧାରକଙ୍କ ମୃତ୍ୟୁ ନହୋଇଛି ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ସୁରକ୍ଷା ସହ ଏଥିରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ଏହି ସ୍କିମରେ ନିବେଶ ପାଇଁ ସର୍ବାଧିକ ସୀମା ନାହିଁ । ନ୍ୟୁ ଜୀବନ ଆନନ୍ଦ ପଲିସିର ଅବଧି ୧୫ରୁ ୩୫ ବର୍ଷ ରହିଛି । ଏହି ସ୍କିମରେ ଆପଣ ବାର୍ଷିକ, ଛଅମାସ କିମ୍ବା ପ୍ରତି ମାସରେ ପ୍ରିମିୟମ ଦେଇପାରିବେ ।

ଧରି ନିଅନ୍ତୁ ୨୫ ବର୍ଷୀୟ ବ୍ୟକ୍ତି ୫ଲକ୍ଷ ଟଙ୍କାର ପ୍ଲାନ ୧୨ ବର୍ଷ ପାଇଁ ନେଉଛନ୍ତି, ତେବେ ତାଙ୍କୁ ୨୭୦୧୦ ଟଙ୍କା ବାର୍ଷିକ ପ୍ରିମିୟମ ୨୧ କିସ୍ତିରେ ଦେବାକୁ ପଡ଼ିବ । ଏମିତିରେ ତାଙ୍କର ସମୁଦାୟ ନିବେଶ ୫.୬୭ ଲକ୍ଷ ହେବ । ଏହି ଯୋଜନାରେ ବୋନସ ମିଳିବ । ବର୍ତ୍ତମା ଏହି ଯୋଜରେ ପ୍ରାୟ ୪୮ ଟଙ୍କା ପ୍ରତି ହଜାର ଟଙ୍କାରେ ମିଳୁଛି । ଯାହା ପ୍ରତିବର୍ଷ ମିଳିଥାଏ । ଏଥିରେ ପରିବର୍ତ୍ତନ ମଧ୍ୟ ହୋଇଥାଏ ।ଯଦି ୪୮ ଟଙ୍କା ହିସାବରେ ଦେଖିଲେ ୨୪ ହଜାର ଟଙ୍କାର ବୋନସ ପ୍ରତିି ବର୍ଷ ହିସାବରେ ୨୧ ବର୍ଷରେ ୫,୦୪,୦୦୦ ଟଙ୍କା ହେବ । ସ୍କିମର ମ୍ୟାଚୁରିଟଇ ପରେ ଏଥିରେ ୨୦ ଟଙ୍କା ପ୍ରତି ୧୦୦୦ ଟଙ୍କା ହିସାବରେ ଫାଇନାଲ ଅତିରିକ୍ତ ବୋନସ ମଧ୍ୟ ମିଳିବ । ମୂଳ ୫ ଲକ୍ଷ ଉପରେ ପ୍ରାୟ ୧୦ ହଜାର ହେବ । ଯଦି କୌଣସି ପଲିସିଧାରକଙ୍କ ମୃତ୍ୟୁ ହୋଇଯାଉଛି ତେବେ ନୋମିନୀଙ୍କୁ ବୀମା ରାଶି ଦିଆଯିବ । ଏହା ସହ ବୋନସ ଏବଂ ଅତିରିକ୍ତ ବୋନସ ମଧ୍ୟ ଦିଆଯିବ ।

Get real time updates directly on you device, subscribe now.