fbpx
BJD SKY
BJD SKY

ଓଡିଶାରେ ବ୍ଲାକ ଫଙ୍ଗସକୁ ‘ମହାମାରୀ’ ଘୋଷଣା କଲେ ରାଜ୍ୟ ସରକାର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ବ୍ଲାକ୍ ଫଙ୍ଗସକୁ କେନ୍ଦ୍ର ପକ୍ଷରୁ ମହାମାରୀ ଘୋଷଣା କରାଯିବା ପରେ ସମସ୍ତ ରାଜ୍ୟକୁ ଏନେଇ ଆଡଭାଇଜରୀ ଜାରି କରାଯାଇଥିଲା । ବିଭିନ୍ନ ରାଜ୍ୟରେ ଏହି ସଂକ୍ରମଣ ଜନିତ ଆକ୍ରାନ୍ତ ଚିହ୍ନଟ ହେବାପରେ କେନ୍ଦ୍ର ପକ୍ଷରୁ ଏନେଇ ନିଷ୍ପତି ନିଆଯାଇଥିଲା । ଦିନକୁ ଦିନ ଏହା ମଧ୍ୟ କରୋନା ଭଳି ମାରାତ୍ମକ ହେଉଥିବା ବେଳେ ଏହା କୋଭିଡ୍ ରୁ ସୁସ୍ଥ ହେବାପରେ ଶରୀରରେ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ଡାଇବେଟିସ୍ ଓ କୋଭିଡ୍ ରେ ଷ୍ଟେରଏଡ୍ ନେଉଥିବା ରୋଗୀ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହେଉଥିବା ବେଳେ ଅପରପକ୍ଷରେ ଆଖି, ସ୍ନାୟୁ ଓ ଦନ୍ତ ଚିକିତ୍ସକଙ୍କ ମିଳିତ ପ୍ରୟାସ ଆବଶ୍ୟକ ହୁଏ । ବିଶେଷ କରି ଏହି ସଂକ୍ରମଣ କୋଭିଡ୍ ରୁ ସୁସ୍ଥ ହେବା ପରେ ହୋଇଥାଏ । ଏହାର ମୁଖ୍ୟ କେତୋଟି ଲକ୍ଷଣ ହେଉଛି; ଠିକ୍ ଭାବେ ଦେଖା ନଯିବା, ଛାତିରେ ଯନ୍ତ୍ରଣା ହେବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା, ଆଖି ଏବଂ ନାକ ଲାଲ ପଡିଯିବା ଇତ୍ୟାଦି ।

 

Get real time updates directly on you device, subscribe now.