fbpx

କୋଭିଡ୍ କାଳରେ ସହାୟତାର ହାତ ବଢ଼ାଉଛି ଏମଏସଏୟୁଏସ୍

ସଂଘର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଉଛି।

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା କାଳରେ ବିଭିନ୍ନ ସ୍ଥାନରେ ଅସହାୟ ଓ ନିରାଶ୍ରୟ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଗୋଟିଏ ପଟେ ରୋଗ ଚିନ୍ତା ଏବଂ ଅନ୍ୟପଟେ ଜୀବନ ବଞ୍ଚାଇବାକୁ  ମୁଠେ ଖାଦ୍ୟ ଯୋଗାଡ଼ କରିବା ଅନେକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ଭୋକ ଉପାସରେ ଲୋକେ ଘରେ ପଡ଼ି ରହୁଛନ୍ତି । ରାଜଧାନୀ ବିଭିନ୍ନ ବସ୍ତି ଓ ଉପକଣ୍ଠ ଅଞ୍ଚଳରେ ମଧ୍ୟ ଏଭଳି କରୁଣ ପରିସ୍ଥିତି ଉପୁଜିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଡୁମୁଡୁମା ନିକଟ ବାହାଦଲପୁରସ୍ଥିତ ମା’ ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଂଘ (ଏମଏସଏୟୁଏସ୍) ପକ୍ଷରୁ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବାକୁ ନିରବଚ୍ଛିନ୍ନ ଉଦ୍ୟମ ଚାଲିଛି ।

Dry food distribution by MSAUS #OdishaBhaskar

ସୂଚନା ଅନୁସାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଅନୁମତି ପାଇବା ପରେ ସଂଘ ପକ୍ଷରୁ ଗତ ୧୭ ତାରିଖରୁ ବିଭିନ୍ନ ଅଞ୍ଚଳରେ ଦୁଃଖୀ, ଗରିବ, ଅସହାୟ, ନିରାଶ୍ରୟ, ବୃଦ୍ଧବୃଦ୍ଧା ପ୍ରମୁଖଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଉଛି । କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପୂର୍ବକ ସଂସ୍ଥାର ୩ରୁ ୪ ଜଣ ସ୍ୱେଚ୍ଛାସେବୀ (କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି କମ୍ ସଦସ୍ୟଙ୍କୁ ସାମିଲ୍ କରାଯାଉଛି) ଏଭଳି ସାମାଜିକ ସେବା କାର୍ଯ୍ୟରେ ଲାଗିପଡ଼ିଛନ୍ତି ।

Kinnar Basti_AIIMS_Bhubaneswar #OdishaBhaskar

ଇତିମଧ୍ୟରେ ସଂସ୍ଥାର ବରିଷ୍ଠ ସଭ୍ୟା ସୁରେଶ୍ୱରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜଧାନୀ ଉପକଣ୍ଠ ରଣସିଂହପୁର ପଞ୍ଚାୟତର ଧରାସାହିଠାରେ ଅସହାୟ ବିଧବା ମହିଳାମାନଙ୍କୁ ଚୁଡ଼ା, ସୁଜି, ସିମେଇ, ବିସ୍କୁଟ୍, ଚିନି ଆଦି ଶୁଖିଲା ରାସନ ସାମଗ୍ରୀ ସମେତ ହାତଧୁଆ ପାଇଁ ସାବୁନ୍ ଓ ସାନିଟାଇଜର୍ ଆଦି ବଣ୍ଟନ କରାଯାଇଛି । ଅନୁରୂପ ଭାବେ ଫାୟାର ଷ୍ଟେସନ୍ ଛକ ନିକଟ ଗୋପାଳ ବସ୍ତିରେ ମଧ୍ୟ ଅନେକ ପରିବାରର ସଦସ୍ୟମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏମ୍ସ ନିକଟ କିନ୍ନର ବସ୍ତିରେ ମଧ୍ୟ ସଂଘ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି ।

Get real time updates directly on you device, subscribe now.