fbpx
BJD SKY
BJD SKY

ଇଂଲଣ୍ଡରେ ଆଇପିଏଲ୍‌ ଓ ଭାରତରେ ବିଶ୍ୱକପ ଆୟୋଜନ ପାଇଁ ଯୋଜନା; ୨୯ରେ ବିସିସିଆଇର ସ୍ୱତନ୍ତ୍ର ବୈଠକରେ ହେବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

BJD

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଗୁରୁତର ହୋଇ ଚାଲିଥିବା ବେଳେ ଆଗାମୀ ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)
କିପରି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଓ ଟି-୨୦ କ୍ରିକେଟ ବିଶ୍ୱକପ୍‌ ଆୟୋଜନ କରିବ। ସେହି ଚିନ୍ତା ନେଇ ସମସ୍ୟାରେ ପଡିଛି । ଅବଶ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତରେ ଆଉ କୌଣସି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବା ସମ୍ଭାବନା ନାହିଁ । ତେଣୁ ଏହି ସମୟ ମଧ୍ୟରେ ବିସିସିଆଇ ଏହି ଦୁଇ ବୃହତ ପ୍ରତିଯୋଗିତା କେଉଁ ଠାରେ ଆୟୋଜନ କରିବ ,ତାହା ସବୁଠାରୁ ବଡ ପ୍ରଶ୍ନ ଉଠିଛି ।

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର ମାସରେ ଇଂଲଣ୍ଡରେ ଆଇପିଏଲର ଅବଶିଷ୍ଟ ୩୧ ମ୍ୟାଚ ଆୟୋଜନ କରିବାକୁ ବିସିଆଇ ବିଚାର ବିମର୍ଷ ଚଳାଇଛି । କାରଣ ଇଂଲଣ୍ଡର ଚାରି ଇଂଲିଶ କାଉଣ୍ଟି କ୍ଲବ ଆଇପିଏଲ ମ୍ୟାଚ ଆୟୋଜନ କରିବାକୁ ପବଳ ଆଗ୍ରହ ପ୍ରକାଶ କରିଛନ୍ତି । ଦ୍ୱିତୀୟତଃ
ଭାରତ- ଇଂଲଣ୍ଡ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସେପ୍ଟେମ୍ବର ମାସ ୧୪ ତାରିଖ ଦିନ ସରିବ । ସେହି ସମୟରେ ଭାରତୀୟ ଖେଳାଳି ମାନେ ଇଂଲଣ୍ଡରେ
ଉପସ୍ଥିତ ରହିବା ଦୃଷ୍ଟିରୁ ସେଠାରେ ଆଇପିଏଲର ଶେଷ ଭାଗ ଆୟୋଜନ କଲେ ନିଶ୍ଚିତ ସୁବିଧା ହେବ ।

ଅବଶ୍ୟ ଇଂଲଣ୍ଡରେ ଆଇପିଏଲ ଆୟୋଜନ ହେଲେ ବିସିସିଆଇ ଏ ବାବଦରେ କିଛି ପରିମାଣ ଅଧିକ ଟଙ୍କା ଇଂଲଣ୍ଡ ଆଣ୍ଡ୍‌ ୱେଲ୍ସ କ୍ରିକେଟ ବୋର୍ଡକୁ ଦେବା ପାଇଁ ପଡିବ । ମାତ୍ର ଆଇପିଏଲ ଅଧିକ ସଂଖ୍ୟକ ଲୋକ ଷ୍ଟାଡିୟମରେ ବସି ଉପଭୋଗ କରି ପାରିବେ ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ ଦୃଢ଼ ପ୍ରତିଶ୍ରୁତି ଦେଇଛି । ଏହା ଫଳରେ ବିସିସି ଗେଟ୍‌ ମନି ଆକାରରେ ଅଧିକ ରୋଜଗାର କରିବା ସୁଯୋଗ ପାଇବ । ତେଣୁ ଇଂଲଣ୍ଡରେ ଆଇପିଏଲ ଆୟୋଜନ ପାଇଁ କୌଣସି ଅସୁବିଧା ହେବ ନାହିଁ । ଏପରିକି ଟିଭି ବ୍ରଡକାଷ୍ଟର ଷ୍ଟାର ସଂସ୍ଥା ମଧ୍ୟ ଆଇପିଏଲ ଇଂଲଣ୍ଡରେ ଆୟୋଜନ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।

ସେହି ପରି ଇଂଲଣ୍ଡରେ ଯଦି କୌଣସି ସମସ୍ୟାହୁଏ ,ତେବେ ଦ୍ୱିତୀୟ ପସନ୍ଦ ସ୍ଥାନ ଭାବେ ୟୁନାଇଟେଡ ଆରବ ଏମିରେଟ୍ସରେ ଆଇପିଏଲ ଆୟୋଜନ କରିବାକୁ ବିସିସିଆଇ ଚିନ୍ତା କରୁଛି । ଏହା ସହିତ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେଲା ଯେ ଭାରତରେ ଆଗାମୀ ଟି-୨୦ କ୍ରିକେଟ ବିଶ୍ୱକପ ଆୟୋଜନ କରିବାକୁ ବିସିସିଆଇର ଇଛା । କାରଣ ବିଶ୍ୱକପ ଆୟୋଜନ କଲେ ଯଥେଷ୍ଟ ରାଜସ୍ୱ ପାଇବ ।

ତେବେ କରୋନା ପାଇଁ ଭାରତରେ ବିଶ୍ୱକପ୍‌ ହୋଇ ନ ପାରିଲେ , ଏହା ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରିବାକୁ ବିସିସିଆଇ ଚାହୁଁଛି । ତେଣୁ ଏହି ଦୁଇ ପ୍ରସଙ୍ଗ ବିସିସିଆଇ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ଆସନ୍ତା ୨୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବିସିସିଆଇର ସ୍ପେଶାଲ ଜେନେରାଲ ମିଟିଂରେ ଏହା ଉପରେ ବିଶେଷ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.