fbpx

ସେକ୍ସ ଚାଟ୍ ଦେଖାଇ ବ୍ଲାକମେଲିଂ, ୩୦୦ ଜଣଙ୍କ ଠାରୁ ଲୁଟିଲେଣି ୨୦ କୋଟି ଟଙ୍କା

ଗାଜିଆବାଦ୍: ହନିଟ୍ରାପ୍ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟ କରିବା ପରି ମାମଲା ସାମନାକ୍ରୁ ଆସିଛି । ଏହିଭଳି ମାମଲାରୁ ଦୂରେଇ ରହିବାକୁ ପୋଲିସ୍ ବାରମ୍ବାର ସଚେତନ କରୁଥିଲେ ସୁଦ୍ଧା ଲୋକମାନେ ସୁଧୁରିବାର ନାଁ ଧରୁନାହାନ୍ତି । ଯାହା ଫଳରେ ସେମାନେ ଏହି ଭଳି ଯନ୍ତାରେ ଫସି ଯାଉଛନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ଏହି ପରିପ୍ରେକ୍ଷୀରେ ଗାଜିଆବାଦ୍ ରୁ ଏକ ମାମଲା ସାମନାକୁ ଆସିଛି । ଏଠାରେ ଜଣେ ଦମ୍ପତି ଏହିଭଳି ହନିଟ୍ରାପ୍ କରି ଲୋକମାନଙ୍କୁ ସେମାନଙ୍କ ଜାଲରେ ଫସାଇ କୋଟି କୋଟି ଟଙ୍କା ଲୁଟିଛନ୍ତି । ଏହି ଦମ୍ପତିଙ୍କର କଳା କାରନାମା ଏବେ ପଦାକୁ ଆସିଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ର୍ୟାକେଟ୍ ରେ କେବଳ ଏହି ଦମ୍ପତି ନୁହନ୍ତି ବରଂ ଅନେକ ସଂଖ୍ୟାରେ ଯୁବତୀ ମଧ୍ୟ ସାମିଲ ରହିଛନ୍ତି । ହେଲେ ଏବେ ଏମାନଙ୍କୁ ପୋଲିସ୍ କାବୁ କରିଛି ।

ପୋଲିସ୍ ଦେଇଥିବା ସୂଚନା ମୁ୍ତାବକ, ଦମ୍ପତି ଓ ତାଙ୍କ ସହ କାମ କରୁଥିବା ଯୁବତୀ ମାନେ ସେମାନଙ୍କ ଜାଲରେ ବଡ ବଡ଼ ବ୍ୟବସାୟୀ ଓ କାର୍ଯ୍ୟରତ ଲୋକମାନଙ୍କୁ ଫସାଉଥିଲେ । ସେମାନଙ୍କ ସହିତ ନ୍ୟୁଡ୍ କଲ୍ ଓ ହ୍ୱାଟସଆପ୍ ରେ ଅଶ୍ଳୀଳ ମେସେଜ୍ କରି କଥା ହେଉଥିଲେ । ଏହାପରେ ଉକ୍ତ ଯୁବତୀ ମାନେ ଦମ୍ପତିଙ୍କ କହିବାନୁସାରେ ନ୍ୟୁଡ କଲ୍ ରେକର୍ଡିଂ ଓ ସେକ୍ସ ଚାଟ୍ କୁ ଆଧାର କରି ମୋଟା ଅଙ୍କର ଟଙ୍କା ମାଗୁଥିଲେ । ତେବେ ଏହି ଦମ୍ପତି ଏଯାବତ୍ ୩୦୦ ଜଣଙ୍କ ଠାରୁ ବର୍ଷକ ମଧ୍ୟରେ ୨୦ କୋଟି ଟଙ୍କା ଆଦାୟ କରିସାରିଲେଣି । ସେମାନେ ଏହି ରାକେଟ୍ ରେ ୩୦ ଜଣ ଯୁବତୀଙ୍କୁ ସାମିଲ କରିଛନ୍ତି ।

ତେବେ ଏହି ମାମଲାର ପର୍ଦ୍ଦାଫାସ୍ ସେତେବେଳେ ହେଲା ଯେତେବେଳେ ରାଜକୋଟ୍ ପୋଲିସ୍ ପାଖରେ ଏନେଇ ଏକ ଅଭିଯୋଗ ହୋଇଥିଲା । ସେଠାରେ ଚାର୍ଟର୍ ଆକାଉଣ୍ଟାନ୍ସି ଫିର୍ମ ର ମାଲିକ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ ଯେ, ତାଙ୍କର ଜଣେ କର୍ମଚାରୀ ୮୦ ଲକ୍ଷ ଟଙ୍କାର ଟ୍ରାନଜାକ୍ସନ୍ କରିଛନ୍ତି । ଆଉ ସେ ଯେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରିଛନ୍ତି, ତାହା ଗାଜିଆବାଦ୍ ର ଜଣେ ବ୍ୟକ୍ତିଙ୍କର ଆକାଉଣ୍ଟ । ତେବେ ଏନେଇ ଗାଜିଆବାଦ୍ ପୋଲିସ୍ ତଦନ୍ତ କରିବା ପରେ ଉକ୍ତ ଦମ୍ପତି ଓ ଏଥିରେ ସଂପୃକ୍ତ ଥିବା କିଛି ଝିଅଙ୍କୁ ପୋଲିସ୍ ଗିରଫ କରିଛି ।

ତେବେ ଏହି ଦମ୍ପତି stripchat.com ନାମକ ଏକ ୱେବସାଇଟ୍ ତିଆରି କରିଥିଲେ । ୱେବସାଇଟ୍ ରେ ପ୍ରତି ମିନିଟ୍ ପାଇଁ ୨୩୪ ଟଙ୍କା ଦେବାକୁ ପଡ଼ୁଥିଲା । ଅଧା ଟଙ୍କା ୱେବସାଇଟ୍ ନେଉଥିଲା ଓ ବାକି ଦମ୍ପତିଙ୍କ ସେକ୍ସ ଚାଟ୍ ଭଳି ସେବାରେ ଦିଆଯାଉଥିଲା । ପୋଲିସ୍ କହିଛି ଯେ, ଅଭିଯୁକ୍ତ ଦମ୍ପତି ୟୁଜର୍ସଙ୍କୁ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଯେପରି ବ୍ୟାଙ୍କ ଆକାଉଣ୍ଟ ଓ ଫୋନ୍ ନମ୍ବର ଆଦି ଦେଉଥିଲେ । ଏହାପରେ ହ୍ୱାଟସଆପ୍ ରେ ଭିଡିଓ କଲ୍ କରୁଥିଲେ ଯେଉଁଥିରେ ସେମାନେ ନ୍ୟୁଡ୍ ଚାଟ୍ କରୁଥିଲେ । ଆଉ ଏହି ଭିଡିଓ କଲ୍ ରେକର୍ଡ ଆଧାରରେ ଲୋକଙ୍କୁ ବ୍ଲାକମେଲିଂ କରି ଲୁଟୁଥିଲେ । ତେବେ ଏହି ମାମଲାରେ ପୋଲିସ୍ ଶୁକ୍ରବାର ଦିନ ଅଭିଯୁକ୍ତ ଦମ୍ପତିଙ୍କ ବ୍ୟତୀତ ତିନିଜଣ ଯୁବତୀଙ୍କୁ ଗିରଫ କରିଛି ।

 

Get real time updates directly on you device, subscribe now.