fbpx

ରାଜଧାନୀରେ ସେକ୍ସ ରାକେଟ୍, ଧରାପଡିଲେ ୩ ଯୁବତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କନ୍ସଲଟାନ୍ସି ସେଣ୍ଟର ନାଁରେ ଚାଲିଛି ସେକ୍ସ ରାକେଟ୍ । ମଞ୍ଚେଶ୍ୱର ଥାନା ସତ୍ୟବିହାର ଅଞ୍ଚଳରେ ଚଢ଼ାଉ କରି ଧରିଛି ପୋଲିସ । ଏହି ମାମଲାରେ ପୋଲିସ ୩ ଯୁବତୀଙ୍କୁ ଧରିଛି । ଏହା ସହ ସେଣ୍ଟର ମାଲିକକୁ ମଧ୍ୟ ଗିରଫ କରାଯାଇଛି । ସେକ୍ସ ରାକେଟ ମାମଲାର ପର୍ଦ୍ଦାଫାସ ହେବା ପରେ ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ । ଏହା ପୂର୍ବରୁ ବି ରାଜଧାନୀର ବିଭିନ୍ନ ସ୍ଥାନରୁ ସେକ୍ସ ରାକେଟ ସହ ଜଡ଼ିତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ପୋଲିସ ।

Get real time updates directly on you device, subscribe now.