fbpx

67th National Film Awards: ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ, ମନୋଜ, ଧନୁଷ ଓ କଙ୍ଗନାଙ୍କୁ ଶ୍ରେଷ୍ଠ କଳାକାର ପୁରସ୍କାର

ନୂଆଦିଲ୍ଲୀ : ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜ୍ଞାନ ଭବନରେ ସୋମବାର ଆୟୋଜିତ ହୋଇଛି । ବିଜେତାଙ୍କୁ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସ୍ୱର୍ଣ୍ଣ କମଳ, ରୌପ୍ୟ କମଳ, ଉତରୀୟ ଏବଂ ପୁରସ୍କାର ରାଶି ଦେଇ ସମ୍ମାନିତ କରିଛନ୍ତି । ଏହି ଅବସରରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମୟରେ ବିଜ୍ଞାନ ଭବନରେ ଉପସ୍ଥିତ ସମସ୍ତ ଲୋକ ଛିଡା ହୋଇ କରତାଳି ଦେଇଛନ୍ତି । ମନୋଜ ବାଜପେୟୀ, କଙ୍ଗନା ରଣାୱତ ଓ ଧନୁଷଙ୍କୁ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ କଳାକାର ପୁରସ୍କାର  ସମ୍ମାନିତ କରାଯାଇଛି । ଛିଛୋରେକୁ ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମର ଆୱାର୍ଡ ମିଳିଛି । ସୁଶାନ୍ତ ରାଜପୁତଙ୍କ ଅଭିନୀତ ଛିଛୋରେର ନିର୍ଦ୍ଦେଶକ ନିତେଶ ତିୱାରୀଙ୍କୁକ ସମ୍ମାନିତ କରାଯାଇଛି । ୬୭ତମ ଜାତୀୟ ଫିଲ୍ମ ପୁରସ୍କାରର ଘୋଷଣା ୨୦୨୧ ମାର୍ଚ୍ଚରେ ଘୋଷଣା କରାଯାଇଥିଲା ।

ଏହି କଳାକାରଙ୍କୁ ମିଳିଲା ଆୱାର୍ଡ

ସର୍ବଶ୍ରେଷ୍ଠ ଅଭିନେତ୍ରୀ- କଙ୍ଗନା ରଣାୱତ

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପୁଣି ଥରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ତାଙ୍କୁ ୨୦୧୯ ଜାନୁଆରୀ ୨୫ରେ ରିଲିଜ୍ ହୋଇଥିବା ମଣିକର୍ଣ୍ଣିକା ଏବଂ ୨୦୨୦ ଜାନୁଆରୀ ୨୪ରେ ରିଲିଜ୍ ପଙ୍ଗା ପାଇଁ ସମ୍ମାନିତ କରାଯାଇଛି ।

ସର୍ବଶ୍ରେଷ୍ଠ ଅଭିନେତା- ମନୋଜ ବାଜପେୟୀ

ମନୋଜ ବାଜପେୟୀଙ୍କୁ ଭୋସଁଲେ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି । ଦେବାଶିଷ ମଖିଜାଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶନାରେ ନିର୍ମିତ ଏହି ଡ୍ରାମା ଫିଲ୍ମରେ ମନୋଜ ବାଜପେୟୀଙ୍କ ଭୂମିକାକୁ ନେଇ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

ଶ୍ରେଷ୍ଠ ସହ ଅଭିନେତା- ବିଜୟ ସେତୁପତି

ସାଉଥ ଅଭିନେତା ବିଜୟ ସେତୁପତିଙ୍କୁ ଶ୍ରେଷ୍ଠ ସହ ଅଭିନେତା ଭାବେ ଜାତୀୟ ପୁରସ୍କାର ଦିଆଯାଇଛି । ତାଙ୍କୁ ତାମିଲ୍ ଫିଲ୍ମ ‘ସୁପର ଡିଲକ୍ସ’ ପାଇଁ ସମ୍ମାନିତ କରାଯାଇଛି । ଏହି ଫିଲ୍ମ ୨୦୧୯ ମାର୍ଚ୍ଚରେ ରିଲିଜ୍ ହୋଇଥିଲା । ତ୍ୟାଗରାଜନ କୁମାର ରାଜା ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।

ଶ୍ରେଷ୍ଠ ସହ ଅଭିନେତ୍ରୀ- ପଲ୍ଲଭି ଯୋଶୀ

‘ଦ ତାସକନ୍ଦ ଫାଇଲ୍ସ’ରେ ପ୍ରଭାବଶାଳୀ ଅଭିନୟ କରିଥିବା ଦକ୍ଷିଣ ଅଭିନେତ୍ରୀ ପଲ୍ଲଭି ଯୋଶୀଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୧୯ ଏପ୍ରିଲ ୧୨ରେ ରିଲିଜ୍ ହୋଇଥିଲା । ୪ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ

୨୦ କୋଟିରୁ ଅଧିକ ଆୟ କରିଥିଲା ।

ବେଷ୍ଟ ବାୟୋଗ୍ରାଫି ଫିଲ୍ମ- ଏଲିଫେଣ୍ଟ ଡୁ ରିମେମ୍ବର

ସ୍ୱାତୀ ପାଣ୍ଡେଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଏଲିଫେଣ୍ଟ ଡୁ ରିମେମ୍ବର’ ବେଷ୍ଟ ବାୟୋଗ୍ରାଫି ଫିଲ୍ମ ପାଇଁ ପୁରସ୍କାର ଜିତିଛି ।

ବେଷ୍ଟ ସିନେମାଟୋଗ୍ରାଫି- ଜଲ୍ଲିକଟ୍ଟୁ

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା- ବାର୍ଦୋ

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ- ବି ପ୍ରାକ, କେଶରୀ, ତେରି ମିଟ୍ଟି

ଶ୍ରେଷ୍ଠ ନିର୍ଦ୍ଦେଶନା- ବତତର ହୁରେଁ

ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର- କସ୍ତୁରୀ

 

 

 

 

 

Get real time updates directly on you device, subscribe now.