fbpx

ୱାଙ୍ଖେଡ଼େଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କଲା NCB, ଶିକାରୀ ପାଲଟିଗଲା ଶିକାର

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ କେସର ଯାଞ୍ଚ କରୁଥିବା ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ଼େ ନିଜେ ଏବେ ନିଜ ଜାଲରେ ଫସିଯାଇଛନ୍ତି । ସମୀରଙ୍କ ବିରୋଧରେ ୨୫ କୋଟି ଟଙ୍କାର ଲାଞ୍ଚ ମାମଲାର ଭିଜିଲାନ୍ସ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଏନସିବି । ତେବେ ଏହି ଅଭିଯୋଗ ଆସିବା ପରେ ସମୀର ନିଜ ପଦରେ ରହିବେ ନା ନାହିଁ ସେ ନେଇ ଏବେ କିଛି କହିହେବ ନାହିଁ । ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଏନସିବିର ଡେପୁଟି ଡିଜି ଜ୍ଞାନେଶ୍ୱର ସିଂହ ।

ତେବେ ଏନସିବିର ଚିଫ୍ ଭିଜିଲାନ୍ସ ଅଫିସର ତଥା ଡିଡିଜି ଶ୍ରୀ ସିଂହ କହିଛନ୍ତି ଯେ, ସମୀରଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ସେ ଆସନ୍ତାକାଲି ଦିଲ୍ଲୀ ଏନସିବି ମୁଖ୍ୟ କାର୍ଯ୍ୟାଳୟରେ ରିଭ୍ୟୁ ମିଟିଂରେ ହାଜର ହେବେ । ଅନ୍ୟପଟେ ମୁମ୍ବାଇ ଡ୍ରଗ କେସର ସାକ୍ଷୀ ପ୍ରଭାକର ସେଲ ମୁମ୍ବାଇ ପୋଲିସ କମିଶନରଙ୍କ ଅଫିସରେ ପହଞ୍ଚିଥିବା ବେଳେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ସାକ୍ଷାତ କରିବେ । ଗତକାଲି ପ୍ରଭାକରଙ୍କ ସମୀରଙ୍କ ବିରୋଧରେ ବୟାନ ପରେ ଏହି ମାମଲାର ମୋଡ଼ ବଦଳି ଯାଇଥିଲା । ଆର୍ଯ୍ୟନଙ୍କୁ ମୁକ୍ତ ସକାଶେ ଏନସିବିର କିଛି ଅଧିକାରୀଙ୍କ ସହ କେପି ଗୋସାଭି ୨୫ କୋଟି ଟଙ୍କାର ଡିଲ୍ କରିଥିଲେ ବୋଲି ପ୍ରଭାକର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଅର୍ଥ ଲାଞ୍ଚ ମାମଲାକୁ ସମୀର ଅସ୍ୱୀକାର କରିବା ସହ ପରେ ଜବାବ ଦେବେ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଆର୍ଯ୍ୟନଙ୍କ ସହ ଜଣେ ଅଣଏନସିବି ଅଫିସରଙ୍କର ଭିଡିଓ ଭାଇରାଲ ହୋଇଥିଲା । ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କେପି ଗୋସାଭି ବୋଲି ଜଣାପଡ଼ିଛି । ପ୍ରଭାକର ଗୋସାଭିଙ୍କର ବଡିଗାର୍ଡର ବୋଲି ପରିଚୟ ଦେଇଥିଲେ ।

Get real time updates directly on you device, subscribe now.