fbpx

IPL 2022: ଆଉ କିଛି ସମୟ ପରେ ଘୋଷଣା ହେବ ଆଇପିଏଲର ଦୁଇଟି ନୂତନ ଟିମ୍, ସବୁଠୁ ଆଗରେ ଏହି ଦୁଇ ସହର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସୋମବାର ଆଉ କିଛି ସମୟ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଦୁଇଟି ନୂତନ ଦଳ ଘୋଷଣା କରିବାକୁ ଯାଉଛି । କୁହାଯାଉଛି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରତ୍ୟେକ ଫ୍ରାଞ୍ଚାଇଜିକୁ ୭ ହଜାର କୋଟିରୁ ୧୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ମିଳିପାରେ । ୨୨ କମ୍ପାନୀ ୧୦ ଲକ୍ଷ ଟଙ୍କାର ଟେଣ୍ଡର କାଗଜପତ୍ର କିଣିଛନ୍ତି । ନୂତନ ଦଳ ପାଇଁ ମୂଳ ମୂଲ୍ୟ ୨୦୦୦ କୋଟି ଟଙ୍କା ରଖାଯାଇଛି । ଏ ପର୍ଯ୍ୟନ୍ତ ଅହମ୍ମଦାବାଦ ଓ ଲକ୍ଷେ୍ନø ସହର ସବୁଠୁ ଆଗରେ ରହିଛି । ଆଉ ଏହି ଦୁଇ ସହର ନାମରେ ହିଁ ଆଇପିଏଲର ଦୁଇଟି ନୂତନ ଦଳ ହେବାର ସମ୍ଭାବନା ଅଧିକ ରହିଛି ।

ଫୁଟବଲର ସବୁଠୁ ଖ୍ୟାତାନାମା କ୍ଲବ ମଧ୍ୟରୁ ଏକ ମାଞ୍ଚେଷ୍ଟର ୟୁନାଇଟେଡ ମଧ୍ୟ ଆଇପିଏଲରେ ନୂତନ ଦଳ କିଣିବା ପାଇଁ ନିଜର ରୁଚି ପ୍ରକାଶ କରିଛି । କୁହାଯାଉଛି ନୂତନ ଦଳ କିଣିବା ପାଇଁ ଏହି କ୍ଲବ ରୁଚି ଦେଖାଇବା କାରଣରୁ ବିସିସିଆଇ ଟେଣ୍ଡର ତାରିଖ ଆଗକୁ ବଢାଇଥିଲା । ଏମାନଙ୍କ ବ୍ୟତୀତ ଭାରତର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ଗୌତମ ଅଡାନୀ ଏବଂ ତାଙ୍କ ଅଡାନୀ ଗ୍ରୁପ ଅହମ୍ମଦାବାଦ ଫ୍ରାଞ୍ଚାଇଜି ପାଇଁ ବୋଲି ଲଗାଇବାର ଆଶା ରହିଛି ।

 

 

View this post on Instagram

 

A post shared by Team India (@indiancricketteam)

ଅନ୍ୟପଟେ ଅରବପତି ସଞ୍ଜୀବ ଗୋଏନିକାଙ୍କ ଆରପିଏସଜି ଗ୍ରୁପ ମଧ୍ୟ ଏକ ନୂତନ ଫ୍ରାଞ୍ଚାଇଜି ପାଇଁ ବୋଲି ଲଗାଇବାର ଆଶା ରହିଛି । ଆଇପିଏଲରେ ଦୁଇଟି ନୂତନ ଦଳ ପାଇଁ ବୋଲି ଲଗାଇବାରେ ଅହମ୍ମଦାବାଦ ଓ ଲକ୍ଷେ୍ନø ସବୁଠୁ ଆଗରେ ରହିଛି । ଏହି ଦୌଡରେ ଇନ୍ଦୋର, ଗୌହ୍ୱାଟୀ, କଟକ, ଧର୍ମଶାଳା ଓ ପୁଣେ ପରି ଦମଦାର କ୍ରିକେଟ୍ ଷ୍ଟାଡିୟମ ବିଶିଷ୍ଟ ସହର ସାମିଲ୍ ।

Get real time updates directly on you device, subscribe now.