fbpx
BJD
BJD SKY
BJD SKY

ରୋକି ପାରିନାହିଁ ଦୃଷ୍ଟିହୀନତା: ୩୩୯ କିମି ବେଗରେ ବାଇକ୍ ଚଳାଇ ବିଶ୍ୱ ରେକର୍ଡରେ ସାମିଲ [Video]

ନୂଆଦିଲ୍ଲୀ: ମନରେ ଦୃଢତା ଏବଂ ପ୍ରଗାଢ ଇଛାଶକ୍ତି ଥିଲେ କୌଣସି କାମ ଅସମ୍ଭବ ନଥାଏ । ଯେଉଁଠି ମନରେ ଆଗ୍ରହ ଅଛି ସେଠି ଅନେକ ରାସ୍ତା ଖୋଲିଥାଏ । ଏମିତି ସବୁ ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ପୁଣି ଜଣେ ଦିବ୍ୟାଙ୍ଗ । ଆମେରିକାର ଡେନ୍ ପାରକର । ଠିକ ୧୦ ବର୍ଷ ତଳେ ଏକ ଦୁର୍ଘଟଣାରେ ସେ ନିଜର ଦୁଇ ଆଖି ହରାଇ ବସିଥିଲେ । ଆଉ ଆଜି ସେ ଏବଳି ରେକର୍ଡ କରି ଦେଖାଇ ପାରିଛନ୍ତି, ଯାହା କି ସାଧାରଣରେ କେହି କଳ୍ପନା କରିପାରିବେନି । ଦେଖି ନପାରିଥିଲେ ବି ଆଜି ବିଶ୍ୱ ରେକର୍ଡରେ ନିଜର ନାଁ କରିପାରିଛନ୍ତି । ୩୩୯ କିମି ସ୍ପିଡରେ ଗାଡି ଚଲାଇ କରିଛନ୍ତି ଗିନିଜ ୱାର୍ଲ୍ଡ ରେକର୍ଡ । ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଡେନ୍ ପାର୍କ ହେଉଛନ୍ତି ଏକ ବଡ ପ୍ରେରଣା ଏଥିରେ କୌଣସି ସନ୍ଦେହ ନାହିଁ । ସେ ପ୍ରମାଣ କରିଛନ୍ତି ଯେ, ଯାହାର ମନୋବଳ ଦୃଢ ସେ ଅସମ୍ଭବ କାମକୁ ସମ୍ଭବ କରିିିପାରେ । ଡେନ୍ ପାର୍କର ନିଜ ଲକ୍ଷ୍ୟରେ ପୂରା ପକ୍କା ଥିଲେ ।

୧୦ ବର୍ଷ ତଳେ ନିଜର ଦୃଷ୍ଟି ଶକ୍ତି ହରାଇବି ଭାଙ୍ଗିନଥିଲେ ନିଜର ମନୋବଳ । ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ନିଜ ନାଁ ଲେଖଇବାକୁ ସେ ପ୍ରାଭ ପ୍ରନେ ଚେଷ୍ଟ ଚଳାଇଥିଲେ । କହିବାକୁ ଗଲେ ଦୁନିଆରେ ଏବଳି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜର ଅକ୍ଷମତାକୁ ଦୁର୍ବଳତା ବୋଲି ଧରି ନେଇଥାନ୍ତି, ସବୁବେଳେ ନିଜ ଭିତରେ ସେହି ଅସପୂର୍ଣ୍ଣତାରେ ହିଁ ବାଛି ନେଇଥାନ୍ତି ଜୀବନର ବାଟ । ସେଭଳି କିଛି ଲୋକଙ୍କ ପାଇଁ ଆଜି ଡେନ ପାର୍କ ଉଦାହରଣ ସାଜିଛନ୍ତି । ଡେନ୍ ପାର୍କର । ଲକ୍ଷ୍ୟରେ ପୂରା ପକ୍କା । ଦୃଷ୍ଟି ଶକ୍ତି ହରାଇବି ଭାଙ୍ଗିନଥିଲେ ମନୋବଳ । ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ନିଜ ନାଁ ଲେଖଇବାକୁ ଭିଡିଥିଲେ ଅଣ୍ଟା । ଏବଳି କିଛି ରେକର୍ଡ ତିଆରି କରିବା ପାଇଁ ଡେନ୍ ପାର୍କର ନିଜର ସେହି ଦୁର୍ଘଟଣାର ଦଶମ ବାର୍ଷିକୀ ପୂର୍ତ୍ତି ଦିନକୁ ହିଁ ବାଛିଥିଲେ । ଯାହାକୁ କି ସେ ସବୁବେଳେ ସେ ମନେ ରଖି ପାରିବେ । ଚଳିତ ମାର୍ଚ୍ଚ ୩୧ରେ, ଡେନ୍ ପାର୍କର ଘଣ୍ଟା ପ୍ରତି ୩୩୯.୬୪ କିଲୋମିଟର ବେଗରେ ର୍କା ଚଲାଇ କରିଛନ୍ତି ରେକର୍ଡ । ପାର୍କ ଏଥିପାଇଁ ୧୦ବର୍ଷ କଠିନ ପରିଶ୍ରମ କରୁଥିଲେ ଆଉ ଶେଷରେ ସ୍ୱପ୍ନ ପୂରଣ କରିଥିଲେ ।

ପ୍ରାୟ ୧୦ବର୍ଷ ପୂର୍ବେ ଡାନ ପାର୍କର ର୍କା ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ସେ ନିଜର ଦୁଇ ଆଖି ହରାଇଥିଲେ । ଏହା ପରେ ମଧ୍ୟ ସେ କେବେ ର୍ହା ମାନି ନଥିଲେ, ଜୀବନରେ ଲକ୍ଷ୍ୟ ସ୍ଥିର କରିଥିଲେ । ଆଉ ଶେଷରେ ସଫଳ ହୋଇଥିଲେ । ନ୍ୟାସନାଲ ଫେଡେରେସନ୍ ଅଫ୍ ବ୍ଲାଇଣ୍ଡ ଡ୍ରାଇଭ ଚ୍ୟାଲେଞ୍ଜ ଅଧୀନରେ ଅଡିଓ ଗାଇଡେସନ୍ ସିଷ୍ଟମ ସାହାଯ୍ୟରେ ଡାନ ପାର୍କର କାର ଚଳାଇ ନିଜର ସ୍ଥିତି ହାସଲ କରିଛନ୍ତି । ପାର୍କର ଆଶା କରିଛନ୍ତି ଯେ ତାଙ୍କର ଏହି ସଫଳତା ପୂରା ଦୁନିଆର ଦୃଷ୍ଟିହୀନ ଲୋକଙ୍କ ପାଇଁ ପ୍ରେରଣା ।

Get real time updates directly on you device, subscribe now.