fbpx

ଦୁଷ୍କର୍ମକାରୀକୁ ଏମିତି ଚିହ୍ନିଲା ନେତ୍ରହୀନ ପୀଡ଼ିତା, ମିଳିଲା ଆଜୀବନ କାରାଦଣ୍ଡ

ଅମରୋହା: ୧୬ ବର୍ଷର ଜଣେ ନେତ୍ରହୀନ ଝିଅକୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହି ଘଟଣାରେ ଅଭିଯୁକ୍ତକୁ ପୀଡ଼ିତା ଜଣକ ତାର ସ୍ୱରରୁ ଚିହ୍ନିପାରିଛି । ଏହାପରେ ଦୋଷୀକୁ ଆଜୀବନ କାରାଦଣ୍ଡ ସଜ୍ଜା ଶୁଣାଯାଇଛି । ଏହିଭଳି ଏକ ଘୃଣ୍ୟ ଅପରାଧ କରିଥିବା ଅଭିଯୁକ୍ତକୁ ଅପରାଧ କରିବାର ୪ ବର୍ଷ ପରେ ପୋକ୍ସୋ ଅଦାଲତ ଏହି ସଜ୍ଜା ଶୁଣାଇଛି । ଏଥିସହିତ ୫୨ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି ।

ସୂଚନା ଅନୁସାରେ, ୨୦୧୭ ରେ ଅମରୋହାର ଧନୋରା ଗାଁରେ ହୋଇଥିଲା । ପୀଡ଼ିତା ଜଣକ ନିଜ ସମ୍ପର୍କିୟଙ୍କ ଘରକୁ ଯିବା ସମୟରେ ଅଭିଯୁକ୍ତ ଏପରି କାଣ୍ଡ କରିଥିଲା । ସମ୍ପର୍କିୟଙ୍କ ଘର ବାଟ ଦେଖାଇବା ବାହାନାରେ ପୀଡ଼ିତାଙ୍କ ହାତକୁ ଧରି ପାଖରେ ଥିବା ଏକ ଘରକୁ ନେଇ ଦୁଷ୍କର୍ମ କରିଥିଲା । ଏହି ମାମଲାର ତଦନ୍ତ ଗତ ୪ ବର୍ଷ ଧରି ଚାଳିଥିଲ।। ପୀଡ଼ିତା ଜଣକ ଅଭିଯୁକ୍ତର ସ୍ୱରକୁ ତାକୁ ଧରିଥିଲା ।

ତେବେ ଏହି ଘଟଣାପରେ ପୀଡ଼ିତା କୌଣସି ପ୍ରକାରେ ଘରକୁ ଆସି ପରିବାର ଲୋକଙ୍କୁ ଏହି ସମ୍ପର୍କରେ ଜଣାଇଥିଲେ । ଆଇପିସି ଧାରା ଏବଂ ପୋକ୍ସୋ ଅଧିନିୟମ ସମ୍ବନ୍ଧିତ ଧାରା ଆଧାରରେ ମାମଲା ରୁଜୁ ହୋଇଥିଲା । ଦୋଷୀ ଗିରଫ ବି ହୋଇଥିଲା କିନ୍ତୁ ଜାମିନ୍ ରେ ସେ ବାହାରି ଆସିଥିଲ।। ପରେ ଏହାର ତଦନ୍ତ ଆଗକୁ ବଢ଼ିବା ପରେ ପୁଣିଥରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ବର୍ତ୍ତମାନ ତାକୁ ଆଜୀବନ କାରାଦଣ୍ଡର ସଜ୍ଜା ଶୁଣଯାଇଛି ।

Get real time updates directly on you device, subscribe now.