fbpx

ବାଣ୍ଟିଦେବେ ମୋ’ ସାଇକେଲ: ଦାନରେ ମିଳିଥିବା ସାଇକେଲ ଏବେ ଦାନରେ ଯିବ, ବ୍ୟବହାର ବଢାଇବା ପାଇଁ ନାହିଁ ଚିନ୍ତା

Advertisement

ଭୁବନେଶ୍ୱର: ଦାନରେ ମିଳିଥିଲା, ଦାନରେ ଦେଇ ଦେବେ। ରାଜଧାନୀ ଭୁବନେଶ୍ୱରରେ ଫେଲ୍ ମାରିଥିବା ମୋ’ ସାଇକେଲ୍ ବ୍ୟବସ୍ଥା ଏବେ ଦାନର ସାମଗ୍ରୀ ପାଲଟିଛି। ଭୁବନେଶ୍ୱର ମହାନଗର ନୀଗମ ଏବେ ମୋ ସାଇକେଲ୍‌କୁ ଦାନ ସୁତ୍ରରେ ଦେବାକୁ ଚିନ୍‌ତା କରିଛନ୍ତି। ଏବେ ଏହାର ବ୍ୟବହାର ପ୍ରାୟ ଶୁନ ଥିବା ବେଳେ ଆଗକୁ ଖରା ଦିନ ଥିବାରୁ ଏହାର ଚାହିଦା ଆଦୌ ରହିବ ନାହିଁ। ଏହା ସହିତ ଏହି ସାଇକେଲ୍ ଗୁଡ଼ିକ ଏବେ ରାଜଦାନୀର ରାସ୍ତା କଡ଼ରେ ପଡ଼ି ସୌନ୍ଦର୍ଯ୍ୟ ନଷ୍ଟ କରୁଛି।

ତେଣୂ ଏହି ମୋ ଏଇକେଲ ଏବଂ ଗତ ୭ ବର୍ଷ ତଳେ ବିଏମସିକୁ ଦାନରେ ମିଳିଥିବା ସାଇକେଲକୁ ବାଣ୍ଟି ଦେବା ପାଇଁ ଗତ କର୍ପୋରେସନ ବେଠକରେ ପ୍ରସ୍ତାବ ଗୃହିତ ହୋଇଛି। ତେବେ ଲକ୍ଷଲକ୍ଷ ଟଙ୍କାର ସାଇକେଲ କାହାକୁ ଦିଆଯିବ ? ଏସବୁର ହିତାଧିକାରୀ ଚୟନ କିପର ହେବ ? ଏସବୁ ବିଏମ୍‌ସି ସ୍ଥିର କରିନାହିଁ। ଏଣୁ ଏହାକୁ ବାଣ୍ଟିବା ସମୟରେ ପକ୍ଷପାତିତା ହେବା ଆଶଙ୍କା ରହିଛି। ଅନ୍ୟପଟେ ୫ କୋଟି ଟଙ୍କାରେ କିଣା ଯାଇଥିବା ଏହି ସବୁ ସାଇକେଲର ବୟବହାର କିପରି ବଢିବ, ସେ ବିଷୟରେ ଚିନ୍ତା ନକରି ଏସବୁ ଦାନ କରିବା କଥାକୁ ଅନେକ ଗ୍ରହଣ କରିପାରୁ ନାହାନ୍ତି।

୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସାଇକେଲ୍ ଯୋଜନା ଆରମ୍ଭ କରିଥିଲେ। ଉଦେଶ୍ୟ ଥିଲା ରାଜଦାନୀକୁ ପ୍ରଦୁହଣ ମୁକ୍ତ କରିବା, ଲୋକଙ୍କ ଜୀବନଶୈଳିରେ ପରିବର୍ତ୍ତନ ଆସିବ। ଏଥି ପାଇଁ ପ୬ଥମ ପର୍ଯ୍ୟାୟରେ କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ୧୮୦୦ ସାଇକେଲ କିଣିଥିଲା। ସାଇକେଲ ପିଛା ଗୋଟାକୁ ୨୫ ହଜାର ଏବଂ ମରାମତି ପାଇଁ ବର୍ଷକୁ ୫ ହଜାର ଟଙ୍କା ଦିଆଯାଇଥିଲା। ଏଥି ପାଇଁ ତିନୋଟି ସଂସ୍ଥା ସାଇକେଲ୍ ଯୋଗାଇବା ସହ ଏହାର ପରିଚାଳନା ଦାୟିତ୍ୱ ନେଇଥିଲେ। ଏହାପରେ ବିଏସ୍ ସିଏଲ ପରିଚାଳନା ଦାୟିତ୍ୱ ନେଇଥିଲା।

ତେବେ ବିଏସ୍‌ସିଏଲ ପରିଚାଳନା ଦାୟିତ୍ୱ ନେବା ପରେ ୭୮୦ ସାଇକେଲ ପରିଚାଳନା କରୁଥିବା ସଂସ୍ଥା (ହେକ୍ସ) କବାଡ଼ିଆକୁ ଏହାକୁ ବିକ୍ରି କରି ଦେଇଥିଲା। ଏନେଇ ଶହିଦନଗର ଥାନାରେ ମାମାଲ ରୁଜୁ ହୋଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ସମ୍ପୃକ୍ତ ଥାନା ସମାନ ସଂଖ୍ୟକ ସାଇକେଲ ପୁଣି ଥରେ ଦେବାରୁ ମାମଲାର କୌଣସି ତଦନ୍ତ ହୋଇ ନଥିଲା।

Get real time updates directly on you device, subscribe now.