fbpx

କେନ୍ଦୁଝର ଧରଣୀଧର କଲେଜକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା, ମୁଖ୍ୟମନ୍ତ୍ରୀ ଲଗାଇଲେ ମୋହର

Advertisement

ଭୁବନେଶ୍ୱର: କେନ୍ଦୁଝର ଧରଣୀଧର କଲେଜ ହେଲା ବିଶ୍ୱବିଦ୍ୟାଳୟ । ଡିଡି କଲେଜ ହେଲା ବିଶ୍ୱବିଦ୍ୟାଳୟ । ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଯାଉଛନ୍ତି । ଗସ୍ତପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ଏହି ଭେଟି ଦେଇଛନ୍ତି ।

ସୂଚନାମୁତାବକ କିଛି ଦିନ ପୂର୍ବରୁ ଜୟପୁରର ବିକ୍ରଦେବ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଏହାପରେ ଆଜି କେନ୍ଦୁଝର ଧରଣୀଧର କଲେଜକୁ ମୁଖ୍ୟମନ୍ତ୍ରୀ ଏହି ଅନୁମୋଦନ ଦେଇଛନ୍ତି । ଦୀର୍ଘ ଦିନ ଦରି ଯେଉଁ ଦାବି ହୋଇଥିଲା ତାହା ବର୍ତ୍ତମାନ ପୂରା ହୋଇଛି । ଏହା ଉଭୟ କେନ୍ଦୁଝରବାସୀ ଆଉ ସେହି କଲେଜର ଛାତ୍ରଛାତ୍ରୀ ଆଉ ଅଧ୍ୟାପକ ମାନଙ୍କ ପାଇଁ ଖୁସି ଖବର ।

Get real time updates directly on you device, subscribe now.