fbpx

VIDEO : ମିଳିଲାନି ଆମ୍ବୁଲାନ୍ସ, ଆସୁସ୍ଥ ବାପା ଠେଲା ଗାଡ଼ିରେ ମେଡିକାଲ ନେଲା ୬ ବର୍ଷର ପୁଅ

Advertisement

ନୂଆଦିଲ୍ଲୀ: ମାନବିକତା ପାଇଁ ଆସିଛି ଲଜ୍ଜାଜନକ ସାମ୍ନାକୁ ଆସିଛି ଚିତ୍ର। ଅସୁସ୍ଥ ବାପାକୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ନମିଳିବାରୁ ଠେଲା ଗାଡ଼ିରେ ମେଡିକାଲ ଠେଲି ଠେଲି ମେଡିକାଲ ନେଇଛି ୬ ବର୍ଷର ନାବାଳକ ପୁଅ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଘଟଣାଟି ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରେ ଅଟେ। ସେଠାରେ ବାଲିଅରିଆରେ ରହୁଥିବା ଶାହା ପରିବାରରେ ହଠାତ୍ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କ ପତ୍ନୀ ଏବଂ ପୁଅ ଅନେକ ଥର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା। ୨୦ ମିନିଟ୍ ପରେ, ତାଙ୍କର ଛଅ ବର୍ଷର ନିରୀହ ପୁଅ ଏବଂ ସ୍ତ୍ରୀ ତାଙ୍କୁ ଏକ ଠେଲା ଗାଡ଼ିରେ ରଖି ଚିକିତ୍ସା ପାଇଁ ତିନି କିଲୋମିଟର ଦୂରରେ ଥିବା ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ।

କେହି କେହି ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଟଙ୍କା ଅଭାବ ଏବଂ ପିତାଙ୍କ ବଢୁଥିବା ଯନ୍ତ୍ରଣା ଦେଖି ନିରୀହ ପୁଅ ନିଜେ ବାପାଙ୍କୁ ଏକ ଠେଲା ଗାଡ଼ିରେ ନେଇ ଡାକ୍ତରଖାନା ଆଡକୁ ଯାଇଥିଲେ। ତେବେ ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତର ଦାୟିତ୍ୱ ଏଡିଏମ୍ ଉପରେ ନ୍ୟସ୍ତ ହୋଇଛି। ବର୍ତ୍ତମାନ ଏଡିଏମ ଡିପି ଭର୍ମନ ଏହି ଘଟଣାର ତଦନ୍ତ କରୁଛନ୍ତି।

Get real time updates directly on you device, subscribe now.